ସେପ୍ଟେମ୍ବର ୨୧ରୁ ଦର୍ଶକମାନଙ୍କ ଲାଗି ଖୋଲିବ ତାଜମହଲ ଓ ଆଗ୍ରା ଦୁର୍ଗ

ସେପ୍ଟେମ୍ବର ୨୧ରୁ ଦର୍ଶକମାନଙ୍କ ଲାଗି ଖୋଲିବ ତାଜମହଲ ଓ ଆଗ୍ରା ଦୁର୍ଗ

Image Courtesy of Zee News

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୧ ତାରିଖରୁ ଦର୍ଶକମାନଙ୍କ ଲାଗି ତାଜମହଲ ଓ ଆଗ୍ରା ଦୁର୍ଗ ପୁନର୍ବାର ଖୋଲିବ ବୋଲି ସୋମବାର ଦିନ ଆଗ୍ରା ସର୍କଲ୍‌ର ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ଘୋଷଣା କରିଛି। କରୋନାଭାଇରସ୍‌ କୋଭିଡ୍‌-୧୯ ମହାମାରୀ ପରିସ୍ଥିତି କାରଣରୁ ମାର୍ଚ ୧୭ ତାରିଖରୁ ଏହି ଦୁଇଟି ବିଶ୍ବ ଐତିହ୍ୟ ସ୍ମାରକୀ ବନ୍ଦ ରହିଥିଲା।

ଦର୍ଶକମାନେ ସାମାଜିକ ଦୂରତ୍ବ ବଜାୟ ରଖିବା ଏବଂ ମାସ୍କ୍‌ ପରିଧାନ ଲାଗି ଏସ୍‌ଓପି ଜାରି ହୋଇଛି। ଏଥିପାଇଁ ଗୋଟିଏ ମାତ୍ର ପ୍ରବେଶ ପଥରେ ଦର୍ଶକମାନେ ଧାଡ଼ି ବାନ୍ଧି ପ୍ରବେଶ କରିବେ ଓ ସେହି ଭଳି ଅନ୍ୟ ଏକ ବାଟରେ ପ୍ରସ୍ଥାନ କରିବେ। ପରିସର ମଧ୍ୟରେ ଗ୍ରୁପ୍‌ ଫଟୋ ଉଠାଇବାକୁ ଅନୁମତି ମିଳିବ ନାହିଁ। ତାଜମହଲ ଦେଖିବାକୁ ଦୈନିକ ୫୦୦୦ ଲୋକଙ୍କୁ ଏବଂ ଆଗ୍ରା ଦୁର୍ଗ ଦେଖିବାକୁ ଦୈନିକ ୨୫୦୦ ଲୋକଙ୍କୁ ଅନୁମତି ମିଳିବ।

ଏତମୌଦ୍ଦୌଲା ସାମାଧି, ସିକନ୍ଦ୍ର ଏବଂ ଫତେପୁର ସିକ୍ରି ଭଳି ଅନ୍ୟାନ୍ୟ ଐତିହାସିକ ସ୍ମାରକୀ ସେପ୍ଟେମ୍ବର ୧ରୁ ଖୋଲାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe