ବୋମା ଫୁଟିବ ବୋଲି କେହି ପୁଲିସକୁ ଫୋନ୍‌ କରିବାରୁ ତାଜମହଲରୁ ସ୍ଥାନାନ୍ତରିତ ହେଲେ ୧୦୦୦ ପର୍ଯ୍ୟଟକ

Advertisment
ବୋମା ଫୁଟିବ ବୋଲି କେହି ପୁଲିସକୁ ଫୋନ୍‌ କରିବାରୁ ତାଜମହଲରୁ ସ୍ଥାନାନ୍ତରିତ ହେଲେ ୧୦୦୦ ପର୍ଯ୍ୟଟକ

ଆଗ୍ରା: ବୋମା ଫୁଟିବ ବୋଲି କେହି ଜଣେ ପୁଲିସକୁ ଫୋନ୍‌ କରିବାରୁ ଗୁରୁବାର ଦିନ ପ୍ରାୟ ୧୦୦୦ ପର୍ଯ୍ୟଟକଙ୍କୁ ତାଜମହଲ ପରିସରରୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ, ଏହି ଫୋନ୍‌କଲ୍‌ ମିଛ ଧମକାଣ ବୋଲି ପରେ ଜଣାପଡ଼ିଛି।

ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିବା କଥା ଆଗ୍ରା ଜୋନ୍‌ ଏଡିଜି ରାଜୀବ କୃଷ୍ଣ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ତାଜମହଲ ମଧ୍ୟରେ ବୋମା ରଖାଯାଇଛି ବୋଲି କେହି ଜଣେ ଅଜ୍ଞାନ୍ତ ବ୍ୟକ୍ତି ଫୋନ୍‌ କରିଥିଲେ।
ପରିସ୍ଥିତି ସାଙ୍ଘାତିକ ହେବା ଆଶଙ୍କା କରି ଆଗ୍ରା ପୁଲିସ ଏବଂ ତାଜମହଲର ସୁରକ୍ଷା ଦାୟିତ୍ୱରେ ଥିବା ‘ସିଆଇଏସ୍‌ଏଫ୍‌’ ତାଜମହଲ ମଧ୍ୟରେ ବ୍ୟାପକ ତଲାସ ଆରମ୍ଭ କରିଥିଲେ।

publive-image Image Courtesy of Hindustan Times

ସତର୍କତାମୂଳକ ପଦକ୍ଷେପସ୍ୱରୂପ ଏହି ଐହିହାସିକ ସ୍ମାରକୀ ମଧ୍ୟରେ ଉପସ୍ଥିତ ଥିବା ପର୍ଯ୍ୟଟକମାନଙ୍କୁ ତୁରନ୍ତ ବାହାର କରାଯିବା ପରେ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ କରି ଦିଆଯାଇଥିଲା।

ଉତ୍ତର ପ୍ରଦେଶର ଫିରୋଜାବାଦରୁ ଏହି ଫୋନ୍‌ ଆସିଥିବା ଜଣାପଡ଼ିଛି। ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ସମ୍ପ୍ରତି ଉଦ୍ୟମ ଚାଲିଛି।
ବୋମା ରଖାଯିବା ଭଳି ତାଜମହଲର ସମସ୍ତ ସମ୍ଭାବ୍ୟ ଭିତର ଓ ବାହାର ସ୍ଥାନକୁ ସିଆଇଏସ୍‌ଏଫ୍‌ ଓ ଆଗ୍ରା ପୁଲିସ ତଲାସ କରିଥିଲେ।

ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁରଙ୍କୁ ମଧ୍ୟ ଅଣାଯାଇଥିଲା। କିନ୍ତୁ, ଏପର୍ଯ୍ୟନ୍ତ ସେଠାରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe