ଏଣିକି ଐତିହାସିକ ସ୍ଥଳୀ ତାଜ୍‌ ମହଲ ପରିସରରେ ସ୍ତନ୍ୟପାନ ଗୃହ ଖୋଲାଯିବ

Advertisment
ଏଣିକି ଐତିହାସିକ ସ୍ଥଳୀ ତାଜ୍‌ ମହଲ ପରିସରରେ ସ୍ତନ୍ୟପାନ ଗୃହ ଖୋଲାଯିବ

www.indiatimes.com

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ଭାରତର ଏକ ବହୁ ଲୋକପ୍ରିୟ ଐତିହାସିକ ସ୍ଥାନ। ସାରା ବିଶ୍ୱର ପର୍ଯ୍ୟଟକମାନେ ତାଜ୍‌ ମହଲ ବୁଲିବାକୁ ଆସିଥାନ୍ତି। ତେବେ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳୀର ଗ୍ରହଣିୟତା ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି। ଏଣିକି ତାଜ୍‌ ମହଲ ପରିସର ଭିତରେ ସ୍ତନ୍ୟପାନ ଗୃହ ରଖାଯିବ। ମାଆମାନେ ସେଠାରେ ନିଜର କଅଁଳା ଶିଶୁଙ୍କୁ ସ୍ତନ୍ୟପାନ କରାଇ ପାରିବେ।

ଅନ୍ୟ ସମସ୍ତ ଐତିହାସିକ ସ୍ଥାନଗୁଡ଼ିକରେ ଏପରି ନିଷ୍ପତ୍ତି ନିଆଯାଇ ନାହିଁ। ଏପରି ଏକ ଅଭିନବ ପ୍ରୟାସ କରିବାରେ ତାଜ୍‌ ମହଲ ପ୍ରଥମ।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ତାଜ୍‌ ମହଲ ବୁଲିବାକୁ ୧୦ ମିଲିୟନ୍‌ରୁ ଊର୍ଧ୍ୱ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ବିଶ୍ୱ ପ୍ରସିଦ୍ଧ ଏହି ପର୍ଯ୍ୟଟନୀ ସ୍ଥଳୀରେ ଅନେକ ଅସୁବିଧା ଭିତରୁ ସ୍ତନ୍ୟପାନ ପାଇଁ ସ୍ୱତନ୍ତ୍ର ଗୃହ ନଥିବା ଅନ୍ୟତମ।

ବିଶେଷ କରି ଯେଉଁ ମହିଳାମାନେ ସେମାନଙ୍କ ନବଜାତ କିମ୍ବା ବର୍ଷକର ଶିଶୁକୁ ଧରି ଆସୁଛନ୍ତି ସେମାନେ ଖୁବ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାମାନେ ତାଜ୍‌ ମହଲ ପରିସରରେ ଶୌଚାଳୟ କିମ୍ବା ଖୋଲାରେ ସ୍ତନ୍ୟପାନ କରାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe