ତାଜମହଲରେ ନମାଜ ବନ୍ଦ କରି ଶିବ ସ୍ତୁତି ଗାନ କରାଯାଉ: ଆର୍‌ଏସ୍‌ଏସ୍‌

Advertisment
ତାଜମହଲରେ ନମାଜ ବନ୍ଦ କରି ଶିବ ସ୍ତୁତି ଗାନ କରାଯାଉ: ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ପକ୍ଷରୁ ତାଜମହଲ ମଧ୍ୟରେ ନମାଜ ଗାନ ବନ୍ଦ କରାଯାଇ ଶିବ ସ୍ତୁତି ଗାନ କରାଯିବା ନେଇ ଦାବି କରାଯାଇଛି। ଆର୍‌ଏସ୍‌ଏସ୍‌ ଦ୍ୱାରା ଅନୁବନ୍ଧିତ ଜାତୀୟ ସଂଗଠନର ସଚିବ ଡ. ବାଲ ମୁକୁନ୍ଦ ପାଣ୍ଡେ ଗଣମାଧ୍ୟମରେ କହିଛନ୍ତି, ‘ତାଜମହଲ ହେଉଛି ଏକ ଜାତୀୟ ଐତିହ୍ୟସ୍ଥଳୀ। କେବଳ ମୁସ୍‌ଲିମମାନେ କାହିଁକି ଏହାକୁ ନିଜ ଅକ୍ତିଆର୍‌ରେ ରଖିବେ। ତାଜ୍‌ମହଲ ଭିତରେ ନମାଜ ପଢ଼ିବା ପାଇଁ ମିଳିଥିବା ଅନୁମତି ପ୍ରତ୍ୟାହାର କରାଯିବା ଉଚିତ।’ ନିଆଁରେ ଘିଅ ଢାଳି ଡ. ପାଣ୍ଡେ ଆହୁରି ବି କହିଛନ୍ତି ଯେ ‘ଯଦି ନମାଜ ପଢ଼ିବା ପାଇଁ ଅନୁମତି ମିଳିଛି ତେବେ ତାଜମହଲ ମଧ୍ୟରେ ଶିବ ସ୍ତୁତି ଗାନ କରିବାର ଅନୁମତି ମଧ୍ୟ ମିଳିବା ଦରକାର।’

ଡ. ପାଣ୍ଡେ ଯୁକ୍ତି ବାଢ଼ିଛନ୍ତି ଯେ ପୂର୍ବରୁ ତାଜମହଲକୁ ଶାହାଜନ ନିର୍ମାଣ କରି ନଥିଲେ। ତାହାକୁ ପୂର୍ବରୁ ଜଣେ ହିନ୍ଦୁ ରାଜା ନିର୍ମାଣ କରିଥିଲେ। ପୂର୍ବରୁ ଏଠାରେ ଏକ ଶିବ ମନ୍ଦିର ଥିଲା ବୋଲି ଯଥେଷ୍ଟ ପ୍ରମାଣ ରହିଛି। ଏପରିକି ତାଜମହଲ ମଧ୍ୟରେ ଥିବା କର୍ମଚାରୀମାନେ ମଧ୍ୟ ଶିବ ସ୍ତୁତି ଗାନ ସମର୍ଥନରେ ନିଜର ଦାବି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe