ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇ ଏହି କାମ କରିବାକୁ ପରାମର୍ଶ ଦେ‌ଲେ ଶାହରୁଖ

Advertisment
ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇ ଏହି କାମ କରିବାକୁ ପରାମର୍ଶ ଦେ‌ଲେ ଶାହରୁଖ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ତାଙ୍କର ୭୨ତମ ଜନ୍ମଦିନ ଅବସରରେ ସାରା ଦେଶବାସୀଙ୍କଠାରୁ ଏବଂ ବିଦେଶରୁ ତାଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ଆସିଥିଲା। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ହେଲେ ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ନିଆରା ଟ୍ବିଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନିଜ ଟ୍ବିଟ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ପରାମର୍ଶ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଶାହରୁଖ ଟ୍ବିଟ କରିଛନ୍ତି ଯେ, ଆମ ଦେଶର ତଥା ଏହାର ଲୋକଙ୍କ କଲ୍ୟାଣ ପାଇଁ ଆପଣଙ୍କର ନିଃସ୍ବାର୍ଥପର ସେବା ଅତ୍ୟନ୍ତ ପ୍ରଶଂସନୀୟ। ସମସ୍ତ ଲକ୍ଷ୍ୟ ହାସଲ କରିବାକୁ ଆପଣଙ୍କୁ ଶକ୍ତି ମିଳୁ। ଗୋଟିଏ ଦିନ ଛୁଟି ନିଅନ୍ତୁ ଏବଂ ଆପଣଙ୍କ ଜନ୍ମଦିନକୁ ଉପଭୋଗ କରନ୍ତୁ ସାର୍। ଜନ୍ମଦିନର ଅଭିନନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ।

ତେବେ ପ୍ରଧାନମନ୍ତ୍ରୀ ଆଜି ନିଜ ଜନ୍ମଦିନ ଅବସରରେ ନାମିବ୍ୟାରୁ ଭାରତ ଆସିଥିବା ୮ଟି ଚିତାକୁ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’ରେ ଛାଡ଼ିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ସେମାନଙ୍କର ଫଟୋ ମଧ୍ୟ ଉଠାଇଥିବାର ଦେଖାଯାଇଥିଲା। ଏହିଭଳି ଭାବେ ସେ ନିଜର ଜନ୍ମଦିନ ପାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe