କେ‌ାଲେଷ୍ଟ୍ରଲ୍‌ ସ୍ତରକୁ କମାଇବା ପାଇଁ ବ୍ୟବହାର କରାଯାଉଥିବା ସାଧାରଣ ଔଷଧରେ ୫ ଦିନରେ କମିବ କରୋନା : ଗବେଷକଙ୍କ ଦାବି

Advertisment
କେ‌ାଲେଷ୍ଟ୍ରଲ୍‌ ସ୍ତରକୁ କମାଇବା ପାଇଁ ବ୍ୟବହାର କରାଯାଉଥିବା ସାଧାରଣ ଔଷଧରେ ୫ ଦିନରେ କମିବ କରୋନା : ଗବେଷକଙ୍କ ଦାବି

aajtak.intoday.in

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସାରା ବିଶ୍ବକୁ କବଳିତ କରିଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାରର ମତ ରଖି ଚାଲିଛନ୍ତି ବୈଜ୍ଞାନିକମାନେ। ବିଶ୍ବର ଶହ ଶହ ବୈଜ୍ଞାନିକ କରୋନାକୁ ନେଇ ଭିନ୍ନ ଭିନ୍ନ ମତ ରଖି ସାରିଛନ୍ତି। ନିକଟରେ ଦୁଇ ଜଣ ଗବେଷକ ମତ ରଖିଛନ୍ତି ଯେ କେ‌ାଲେଷ୍ଟ୍ରଲ୍‌ ସ୍ତରକୁ କମାଇବା ପାଇଁ ବ୍ୟବହାର କରାଯାଉଥିବା ସାଧାରଣ ଔଷଧରେ କରୋନାକୁ ଦମନ କରାଯାଇପାରେ। ଗବେଷକଙ୍କ ଦାବି ହେଉଛି ଏହି ଔଷଧ ଖାଇଲେ ମାତ୍ର ୫ ଦିନ ମଧ୍ୟରେ ଭଲ ହେବ କରୋନା।

ଇସ୍ରାଏଲର ଜେରୁଜେଲମ‌ସ୍ଥିତ ହିବ୍ର୍ୟୁ ୟୁନିଭରସିଟିର ପ୍ରଫେସର୍‌ ୟାକୁଭ୍‌ ନାହମିଆ ନ୍ୟୁୟର୍କର ଇସ୍‌ହାନ ସ୍କୁଲ୍ ‌ଅଫ୍‌ ମେଡିସିନ୍‌ର ଡକ୍ଟର ବେଞ୍ଜାମିନ୍‌ଙ୍କ ସହ ମିଶି ଗତ ୩ ମାସ ହେବ କରୋନାକୁ ନେଇ ଗବେଷଣା ଚଳାଇଛନ୍ତି।

publive-image The Financial Express

ସେମାନେ କରିଥିବା ଲ୍ୟାବ୍‌ ‌ଷ୍ଟଡିରୁ ଜାଣିବାକୁ ମିଳିଛି ଯେ କେ‌ାଲେଷ୍ଟ୍ରଲ୍‌ ସ୍ତରକୁୁ କମ୍‌ କରୁଥିବା ଫେନୋଫାଇବ୍ରେଟ୍‌(ଟ୍ରିକର୍‌) କରୋନା ବିରୋଧରେ ଏକ ଭରସାଯୋଗ୍ୟ ଔଷଧ ହୋଇପାରିବ।

ଏହି ଦୁଇ ବୈଜ୍ଞାନିକଙ୍କ  ଗବେଷଣାରୁ ଜଣାଯାଇଛି କି କରୋନା ଆକ୍ରାନ୍ତ ବେଳେ କିପରି ସଂକ୍ରମିତଙ୍କ ଫୁସ୍‌ଫୁସ୍‌ରେ ପରିବର୍ତ୍ତନ ଘଟିଥାଏ। ସେମାନେ ଗବେଷଣାରୁ ଜାଣିବାକୁ ପାଇଲେ ଯେ ଏହି କରୋନା ଭାଇରସ୍‌ ଆମ ଶରୀରରେ ଥିବା ଶ୍ବେତସାରର କ୍ଷୟ ପ୍ରକ୍ରିୟାକୁ ବନ୍ଦ କରି ଦେଇଥାଏ। ଫଳରେ ଫୁସ୍‌ଫୁସ୍‌‌ରେ ଚର୍ବି ଜମିଯାଏ। ଯାହାକି ଜୀବନ ପାଇଁ ବିପଦ ପାଲଟେ। କରୋନା ଭାଇରସ୍‌ ମଧୁମେହ ଓ କୋଲେଷ୍ଟ୍ରଲ୍‌ ରୋଗୀଙ୍କ ପାଇଁ  ବି‌ଶେଷ କ୍ଷତିକାରକ ହୋଇଥିବାର ଏହା ଅନ୍ୟତମ କାରଣ ମଧ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe