ତାଲିବାନମାନେ ‘ସାଧାରଣ ନାଗରିକ’ ସାମରିକ ସଙ୍ଗଠନ ନୁହେଁ: ଇମ୍ରାନ୍‌ ଖାଁ

Advertisment
ତାଲିବାନମାନେ ‘ସାଧାରଣ ନାଗରିକ’ ସାମରିକ ସଙ୍ଗଠନ ନୁହେଁ: ଇମ୍ରାନ୍‌ ଖାଁ

ୱାସିଂଟନ୍: ତାଲିବାନମାନେ କୌଣସି ସାମରିକ ସଙ୍ଗଠନ ନୁହନ୍ତି, ସେମାନେ ସାଧାରଣ ନାଗରିକ ବୋଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ‘ବିପିଏସ୍‌ ନିଉଜ୍‌ ଆୱାର୍‌’ ସହ ମଙ୍ଗଳବାର ରାତିରେ ସାକ୍ଷାତ୍‌କାର ବେଳେ କହିଛନ୍ତି। ପାକିସ୍ତାନରେ ପ୍ରାୟ ୩ ନିୟୁତ ଆଫଗାନ ଶରଣାର୍ଥୀ ଥିବାବେଳେ ପାକିସ୍ତାନ କିପରି ସେମାନଙ୍କ ଉପରେ ଆକ୍ରମଣ କରିବ ବୋଲି ସେ କହିଛନ୍ତି।

publive-image Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ କାହିଁକି ଆମକୁ ତା’ର ପ୍ରମାଣ ଦେଉନାହାନ୍ତି? ପାକିସ୍ତାନ ତାଲିବାନକୁ ନିରାପଦ ଆଶ୍ରୟ ଏବଂ ଅଭୟାରଣ୍ୟ ପ୍ରଦାନ କରିଥିବା କଥା ସେମାନେ କହୁଛନ୍ତି ସତ କିନ୍ତୁ, ସେ ସବୁ ନିରାପଦ ଆଶ୍ରୟସ୍ଥଳ କାହିଁ? ପାକିସ୍ତାନରେ ୩ ନିୟୁତ ଆଫଗାନ ଶରଣାର୍ଥୀ ଅଛନ୍ତି। ତାଲିବାନମାନେ କୌଣସି ସାମରିକ ସଙ୍ଗଠନ ମଧ୍ୟ ନୁହନ୍ତି। ସେମାନ‌େ ସାଧାରଣ ନାଗରିକ। ଯଦି ଏହି ସବୁ ଶିବିରରେ କିଛି ସାଧାରଣ ନାଗରିକ ରହୁଥିବେ, ପାକିସ୍ତାନ କେମିତି ସେମାନଙ୍କ ଉପରେ ଆକ୍ରମଣ କରିବ? ଶିବିରଗୁଡ଼ିକୁ ଆପଣ ଅଭୟାରଣ୍ୟ ବୋଲି କହୁଛନ୍ତି ବା କେମିତି?

publive-image Image Courtesy of India Today

ପାକିସ୍ତାନ ତାଲିବାନଙ୍କୁ ଆର୍ଥିକ ସହାୟତା, ଅସ୍ତ୍ରଶସ୍ତ୍ର ଏବଂ ଗୁଇନ୍ଦା ଯୋଗାଇ ଦେବା ନିହାତି ଅନ୍ୟାୟ ବୋଲି କୁହାଯାଉଛି। କିନ୍ତୁ, ଏ ଭଳି ଦାବିର କୌଣସି ପ୍ରମାଣ ଦେଇ ପାରିବ କି, ବୋଲି ଇମ୍ରାନ୍ ପଚାରିଛନ୍ତି।

ଗୁରୁତ୍ବାରୋପ କରି ଇମ୍ରାନ୍‌ କହିଛନ୍ତି ଯେ, ୯/୧୧ ପରେ ‘ୱାର୍‌ ଅନ୍‌ ଟେରର୍‌’ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ଯୋଗ ଦେଇ ପାକିସ୍ତାନ ସରକାର ଅସହଣୀୟ କ୍ଷତି ସହିଛନ୍ତି। ସେମାନେ ମଧ୍ୟ ବର୍ଷ ବର୍ଷ ଧରି ହଜାର ହଜାର ଆଫଗାନ ଶରଣାର୍ଥୀଙ୍କୁ ଆଶ୍ରୟ ଯୋଗାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଜାତିସଂଘ ନିରାପତ୍ତା ପରିଷଦ୍‌ଦ୍ବାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ, ‘ତେହରିକ୍-ଇ-ତାଲିବାନ ପାକିସ୍ତାନ’ର ପ୍ରାୟ ୬୦୦୦ ଆତଙ୍କବାଦୀ ସୀମାନ୍ତର ଆଫଗାନ ପଟରେ ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe