ପାକିସ୍ତାନ ପଠାଇଥିଲା ସାହାଯ୍ୟ, ତାଲିବାନ କଲା ଅପମାନ

ପାକିସ୍ତାନ ପଠାଇଥିଲା ସାହାଯ୍ୟ, ତାଲିବାନ କଲା ଅପମାନ

ନୂଆଦିଲ୍ଲୀ: ପାକିସ୍ତାନ ତାଲିବାନର ସାହାଯ୍ୟ ପାଇଁ ରିଲିଫ ସାମଗ୍ରୀ ଆଫଗାନିସ୍ତାନକୁ ପଠାଇଥିଲା। କିନ୍ତୁ ସେଠାରେ ପାକିସ୍ତାନର ପତକାକୁ ହିଁ ଅପମାନ କରାଯାଇଥିଲା। ତେରଖମ ସୀମା ଜରିଆରେ ପାକିସ୍ତାନ ୧୭ଟି ରିଲିଫ ସାମଗ୍ରୀରେ ଭର୍ତ୍ତି ଟ୍ରକ ଆଫଗାନିସ୍ତାନକୁ ନେଇ ଯାଉଥିଲା। କିନ୍ତୁ ତାଲିବାନର ସୀମା ସିକ୍ୟୁରିଟି ଗାର୍ଡ ସେହି ଟ୍ରକଗୁଡ଼ିକ ମଧ୍ୟରୁ ଗୋଟିଏ ଟ୍ରକରୁ ପାକିସ୍ତାନ ପତକା ହଟାଇ ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ପାକିସ୍ତାନ ଅସନ୍ତୋଷ ବ୍ୟକ୍ତ କରିଛି। ବିବାଦ ହେବା ପରେ ତାଲିବାନ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

publive-image

ତାଲିବାନର ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ କହିଛନ୍ତି, ଯେଉଁମାନେ ବି ଏହି ଘଟଣାରେ ଦୋଷୀ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପାକିସ୍ତାନ ଆଫଗାନିସ୍ତାନକୁ ୧୭ଟି ଟ୍ରକ ପଠାଇଥିଲା। ଯେଉଁଥିରେ ୨୭୮ଟନ ଖାଦ୍ୟ ସାମଗ୍ରୀ ମହଜୁଦ ଥିଲା। ସେଥିମଧ୍ୟରୁ ୬୫ଟନ ଚିନି, ତିନିଟନ ଡାଲି, ୧୯୦ଟନ ଅଟା, ୧୧ଟନ ରୋଷେଇ ତେଲ ଓ ୩୧ଟନ ଚାଉଳ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe