ବିରୋଧୀଙ୍କ ପ୍ରତି ତାଲିବାନ ବର୍ବରତା ବଢ଼ୁଛି: ଜାତିସଂଘ

Advertisment

ଆନ୍ଦୋଳନକାରୀଙ୍କୁ ଘରକୁ ଘର ବୁଲି ଖୋଜା ଚାଲିଛି

ଆନ୍ଦୋଳନକାରୀଙ୍କୁ ଘରକୁ ଘର ବୁଲି ଖୋଜା ଚାଲିଛି

ବିରୋଧୀଙ୍କ ପ୍ରତି ତାଲିବାନ ବର୍ବରତା ବଢ଼ୁଛି: ଜାତିସଂଘ

brookings.edu

ଜେନେଭର : ଆଫଗାନିସ୍ତାନରେ ତାଲିବାନର ନୀତିକୁ ବିରୋଧ କରି ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏବେ ହିଂସାର ରାସ୍ତା ଧରିଛି ତାଲିବାନ। ତାଲିବାନ ଶାସନ ବିରୋଧରେ କୌଣସି ବିକ୍ଷୋଭ ସମାବେଶକୁ ଗ୍ରହଣ କରାଯିବ ନାହିଁ ବୋଲି ତାଲିବାନ ଲୋକଙ୍କୁ ଧମକାଇଛି। ଗତ କିଛି ଦିନ ହେବ କାବୁଲ ଏବଂ ହେରତରେ ତାଲିବାନ ସରକାରକୁ ବିରୋଧ କରି ଯେଉଁ ମହିଳାମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ସେମାନଙ୍କୁ ଟାର୍ଗେଟ୍‌ କରାଯାଉଛି। ଆନ୍ଦୋଳକାରୀଙ୍କ ଉପରେ ଗୁଳିମାଡ଼ ସହ ତାଲିବାନ ଆତଙ୍କବାଦୀମାନେ ଚାବୁକ୍‌ ଏବଂ ଲାଠି ବ୍ୟବହାର କରୁଛନ୍ତି। ତାଲିବାନର ଆକ୍ରମଣରେ ୪ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ଜାତିସଂଘ ତାଲିବାନର ଏଭଳି ବର୍ବରତାକୁ କଡ଼ା ନିନ୍ଦା କରିଛି।

ଜାତିସଂଘ ମାନବାଧିକାର ମୁଖପାତ୍ର ରବିନା ସମ୍‌ଦସାନି କହିଛନ୍ତି, ଆନ୍ଦୋଳନରେ ସାମିଲ ହୋଇଥିବା ଲୋକମାନଙ୍କୁ ତାଲିବାନ ସଦସ୍ୟ ଘରକୁ ଘର ବୁଲି ଖୋଜୁଛନ୍ତି। ଆନ୍ଦୋଳନର ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କୁ ତାଲିବାନ ଅତି ବର୍ବର ଅତ୍ୟାଚାର କରିଛି। ସେମାନଙ୍କୁ ଚାବୁକରେ ମାଡ଼ ମାରିଛି। ଜଣେ ସାମ୍ବାଦିକଙ୍କୁ ମୁଣ୍ଡ କାଟ କରିବାର ଧମକ ଦିଆଯାଇଥିବା ଜଣାପଡ଼ିଛି। ତାଲିବାନ ଆନ୍ଦୋଳନକାରୀ ଏବଂ ସାମ୍ବାଦିକଙ୍କୁ ଟାର୍ଗେଟ୍‌ କରିବା ବନ୍ଦ କରୁ ବୋଲି ଜାତିସଂଘ ମୁଖପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe