ପାକିସ୍ତାନ ଉପରେ ତାଲିବାନର ପ୍ରତିଶୋଧ

ପାକିସ୍ତାନ ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକର ପ୍ରତିଶୋଧ ନେଇଛି ଆଫଗାନିସ୍ତାନ ତାଲିବାନ। ଡୁରାଣ୍ଡ ରେଖା ଅତିକ୍ରମ କରି ତାଲିବାନ ସେନା ଶୁକ୍ରବାର ରାତିରେ ବଡ଼ ଧରଣର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୯ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିଥିବା ତାଲିବାନ ଦାବି କରିଛି ।

taliban

କାବୁଲ: ପାକିସ୍ତାନ ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକର ପ୍ରତିଶୋଧ ନେଇଛି ଆଫଗାନିସ୍ତାନ ତାଲିବାନ। ଆଫଗାନିସ୍ତାନ-ପାକିସ୍ତାନକୁ ବିଭାଜନ କରୁଥିବା ଡୁରାଣ୍ଡ ରେଖା ଅତିକ୍ରମ କରି ତାଲିବାନ ସେନା ଶୁକ୍ରବାର ରାତିରେ ବଡ଼ ଧରଣର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୯ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିଥିବା ତାଲିବାନ ଦାବି କରିଛି ।

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଛି ଯେ ଆଫଗାନିସ୍ତାନ ତାଲିବାନ ସେନା ପଡ଼ୋଶୀ ପାକିସ୍ତାନ ଭିତରେ ଥିବା ଅନେକ ଚେକ୍ ପୋଷ୍ଟକୁ ଟାର୍ଗେଟ କରିଛି।

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଛି ଯେ ଆଫଗାନିସ୍ତାନ ତାଲିବାନ ସେନା ପଡ଼ୋଶୀ ପାକିସ୍ତାନ ଭିତରେ ଥିବା ଅନେକ ଚେକ୍ ପୋଷ୍ଟକୁ ଟାର୍ଗେଟ କରିଛି। ଏହି ଆକ୍ରମଣକୁ ନେଇ କାବୁଲ ସରକାର ଯାହା କହିଛନ୍ତି ତାହା ଦର୍ଶାଉଛି ଯେ ତାଲିବାନ ଏବେ ପାକିସ୍ତାନୀ ଅଞ୍ଚଳଦଖଲ କରିବାକୁ ପ୍ରସ୍ତୁତ ହେଉଛି, ଯାହା ପାକିସ୍ତାନର ଉତ୍ତେଜନା ବଢ଼ାଇବାକୁ ଯାଉଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ବିବୃତ୍ତିରେ ପାକିସ୍ତାନର ନାମ ଉଲ୍ଲେଖ କରାଯାଇ ନାହିଁ ବରଂ କାଳ୍ପନିକ ରେଖାରେ ଥିବା ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ଆହ୍ୱାନ ଦିଆଯାଇଛି । ଏଠାରେ ଏହା ବୁଝିବା ଜରୁରୀ ଯେ ଆଫଗାନିସ୍ତାନ ସରକାର ଡୁରାଣ୍ଡ ଲାଇନକୁ ଦୁଇ ଦେଶ ମଧ୍ୟରେ ବିଭାଜନ ରେଖା ଭାବରେ ବିବେଚନା କରନ୍ତି ନାହିଁ ଏବଂ ଏହାକୁ ଏକ କାଳ୍ପନିକ ରେଖା ବୋଲି କୁହନ୍ତି । ତାଲିବାନ ମଧ୍ୟ ପାକିସ୍ତାନ ଭିତରେ ଥିବା ଅଞ୍ଚଳକୁ ଆଫଗାନିସ୍ତାନର ଅଂଶ ବୋଲି ବିବେଚନା କରୁଛି। ସୀମା ରେଖାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ସଂଘର୍ଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe