Image Courtesy of Reuters
କାବୁଲ୍: କାବୁଲ୍ରେ ଥିବା ମହିଳା ବ୍ୟାପାର ମନ୍ତ୍ରାଳୟ ଭିତରକୁ ତାଲିବାନ୍ ମହିଳା କର୍ମଚାରୀଙ୍କ ପ୍ରବେଶ ଉପରେ ନିଷେଧାଜ୍ଞା ଜାରି କରିଛି। ମନ୍ତ୍ରାଳୟ ମଧ୍ୟକୁ କେବଳ ପୁରୁଷ କର୍ମଚାରୀମାନଙ୍କୁ ଛଡ଼ା ଯାଉଥିବା କଥା ମନ୍ତ୍ରାଳୟର ଜଣେ କର୍ମଚାରୀ କହିଛନ୍ତି।
ଉପରୋକ୍ତ କର୍ମଚାରୀଙ୍କ ବକ୍ତବ୍ୟରୁ ଉଦ୍ଧୃତି କରି ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍ନିକ୍ ନିଉଜ୍ ଏଜେନ୍ସି’ କହିଛି, ମନ୍ତ୍ରାଳୟ କୋଠା ମଧ୍ୟକୁ ଚାରିଜଣ ମହିଳାଙ୍କୁ ପ୍ରବେଶ କରାଇ ଦିଆଗଲା ନାହିଁ।
୨୦ ବର୍ଷ ପରେ ପୁନର୍ବାର ତାଲିବାନ୍ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ, ବିଶେଷଜ୍ଞମାନେ ମନେକରୁଥିଲେ ଯେ, ତାଲିବାନ୍ ଶାସନରେ ଆଫଗାନ୍ ନାରୀମାନେ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେବେ। ‘ଇସ୍ଲାମୀୟ ଆଇନ’କୁ କଠୋର ଭାବେ ଉପସ୍ଥାପନ କରି ସେହି ଅନୁସାରେ ଶାସନ ଚଳାଇଥିବା ତାଲିବାନ୍ ନାରୀମାନଙ୍କୁ ଘରେ ପଶି ରହିବାକୁ ନିର୍ଦେଶ ଦେଇଛି।
Image Courtesy of The Economic Timesକିନ୍ତୁ, ଗତ ମାସରେ କାବୁଲ ଅକ୍ତିଆର କରିବା ପରେ ସର୍ବପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତାଲିବାନ୍ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲା କି, ଇସ୍ଲାମୀୟ ନିୟମ ଅନୁଯାୟୀ ମହିଳାମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ତାଲିବାନ୍ ପ୍ରତିବଦ୍ଧ।
ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଥିଲେ, ମହିଳାମାନଙ୍କୁ ଇସ୍ଲାମ୍ ଆଧାରିତ ଅଧିକାର ଦେବା ପାଇଁ ତାଲିବାନ୍ ପ୍ରତିବଦ୍ଧ। ଆବଶ୍ୟକ ଥିବାରୁ ମହିଳାମାନେ ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରି ପାରିବେ। ମହିଳାମାନଙ୍କ ବିରୋଧରେ କୌଣସି ବାଛବିଚାର ରହିବ ନାହିଁ।
କିନ୍ତୁ, କ୍ଷମତାସୀନ ହେବା ପରେ ତାଲିବାନ୍ ତା’ର ପ୍ରତିଶ୍ରୁତି ରକ୍ଷା କରିବା ତ ଦୂରର କଥା ଓଲଟି ସହ-ଶିକ୍ଷା ବ୍ୟବସ୍ଥା ଉପରେ ନିଷେଧାଜ୍ଞା ଜାରି କଲା। ଚଳିତ ମାସରେ ପ୍ରାରମ୍ଭରେ ତାଲିବାନ୍ ଘୋଷଣା କରିଥିବା ସରକାରେ କୌଣସି ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ।
Follow Us