ଶାସନର ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ ତାଲିବାନ

ଶାସନର ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ ତାଲିବାନ

indian express

କାବୁଲ: ଆଫଗାନିସ୍ତାନରେ ତାଲିବାନମାନେ ସେମାନଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ସୋମବାର ପାଳନ କରିଛନ୍ତି। ଅଗଷ୍ଟ ୧୫ ତାରିଖ ୨୦୨୧ରେ ତାଲିବାନମାନେ ଆଫଗାନିସ୍ତାନର ଶାସନ ଡୋରି ଧରିଥିଲେ। ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନମାନେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲେ। ଏହି ଅବସରରେ ରାଜଧାନୀ କାବୁଲର ଭାରତୀୟ ଦୂତାବାସ ନିକଟରେ ଥିବା ଗ୍ରୀନ ଜୋନର ରାଜ୍ୟ ମେଡିଆ ଅଡିଟୋରିଅମରେ ଏହି ବିଜୟ ଉତ୍ସବ ପାଳନ ହୋଇଥିଲା।

ତେବେ ଏଥିରେ କେତେକ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା। ତେବେ କେତେକ ସାଧାରଣ ନାଗରିକ ଏଥିରେ ଯୋଗଦେଇଥିବାବେଳେ କୌଣସି ମହିଳାଙ୍କୁ ଦେଖିବାକୁ ମିଳିନଥିଲା। କିନ୍ତୁ କେତେକ ତାଲିବାନ ନେତା ଏକ ଟ୍ରକରେ ବନ୍ଧୁକ ସହ ସେମାନଙ୍କ ତାଲିବାନୀ ପତାକା ଧରି ଆଫଗାନିସ୍ତାନର ରାଜଧାନୀ କାବୁଲ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe