The Indian Nation
କାବୁଲ : ଆଫଗାନିସ୍ତାନ ଦଖଲ କରିବାର ମାସକ ପରେ ତାଲିବାନ ଗତକାଲି ନୂଆ କାମଚଳା ସରକାର ଘୋଷଣା କରିଛି। ଯଦିଓ ତାଲିବାନ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ ପାଇଁ ବିଭିନ୍ନ ଆଖିଦୃଶିଆ ପ୍ରତିଶ୍ରୁତି ଦେଉଛି, କିନ୍ତୁ କାମ ଆରମ୍ଭରୁ ବିବାଦୀୟ ହୋଇପଡ଼ିଛି। ତାଲିବାନର ନୂଆ ଶିକ୍ଷା ମନ୍ତ୍ରୀ ଶେଖ୍ ମଲ୍ଭି ନୁରୁଲ୍ଲା ମୁନିର ଉଚ୍ଚ ଶିକ୍ଷାର ଗୁରୁତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆଜିର ଦିନରେ ପିଏଚ୍ଡି ଏବଂ ମାଷ୍ଟର୍ସ୍ ଡିଗ୍ରିର କୌଣସି ମୂଲ୍ୟ ନାହିଁ। ମୁଲ୍ଲା ଏବଂ କ୍ଷମତାରେ ଥିବା ତାଲିବାନ ସଦସ୍ୟମାନେ ପିଏଚ୍ଡି କିମ୍ବା ଏମ୍ଏ କରିନାହାନ୍ତି। କିଛି ସଦସ୍ୟ ହାଇସ୍କୁଲ୍ ମଧ୍ୟ ଯାଇନାହାନ୍ତି। କିନ୍ତୁ ସେମାନେ ସବୁଠୁ ଉଚ୍ଚରେ। ଶିକ୍ଷା ମନ୍ତ୍ରୀ ଶେଖ୍ ମଲ୍ଭିଙ୍କ ଏଭଳି ଟିପ୍ପଣୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ଏବଂ ଏହାକୁ କଡ଼ା ସମାଲୋଚନା କରାଯାଇଛି।
Follow Us