ଆଫଗାନିସ୍ତାନରେ ଚାଲିଥିବା ପ୍ରତିବାଦ ଉପରେ ରିପୋର୍ଟ କରୁଥିବା ସାମ୍ବାଦିକମାନଙ୍କୁ ଅଟକ ରଖି ପିଟିଲେ ତାଲିବାନ୍ ଯୋଦ୍ଧା

Advertisment
ଆଫଗାନିସ୍ତାନରେ ଚାଲିଥିବା ପ୍ରତିବାଦ ଉପରେ ରିପୋର୍ଟ କରୁଥିବା ସାମ୍ବାଦିକମାନଙ୍କୁ ଅଟକ ରଖି ପିଟିଲେ ତାଲିବାନ୍ ଯୋଦ୍ଧା

ୱାସିଂଟନ୍: ଆଫଗାନିସ୍ତାନରେ ତାଲିବାନ୍ ଯୋଦ୍ଧାମାନେ ସାମ୍ବାଦିକମାନଙ୍କୁ ଅଟକ ରଖିବା ଏବଂ ମାରଧର କରିବା ତୁରନ୍ତ ବନ୍ଦ କରିବା ସହ ସେମାନଙ୍କୁ ଅବାଧ ଏବଂ ନିର୍ଭୟରେ କାମ କରିବାକୁ ଅନୁମତି ଦିଅନ୍ତୁ ବୋଲି ବୁଧବାର ଦିନ ‘କମିଟି ଟୁ ପ୍ରୋଟେକ୍ଟ୍‌ ଜର୍ଣ୍ଣାଲିଷ୍ଟ୍‌’ କହିଛି।

କାବୁଲ୍‌ରେ ଚାଲିଥିବା ତାଲିବାନ୍‌ ବିରୋଧୀ ପ୍ରତିବାଦ ଉପରେ ରିପୋର୍ଟ କରୁଥିବା ଅନ୍ୟୂନ ୧୪ଜଣ ସାମ୍ବାଦିକଙ୍କୁ ଗତ ଦୁଇ ଦିନ ହେଲା ତାଲିବ୍‌ମାନେ ଅଟକ ରଖି ପରେ ଛାଡ଼ି ଦେଇଥିବା କଥା କେତେକ ସମ୍ବାଦପତ୍ର ରିପୋର୍ଟ କରିଛନ୍ତି। ଅଟକ ସମୟରେ ଅନ୍ୟୂନ ୬ଜଣ ସାମ୍ବାଦିକଙ୍କୁ ନିର୍ମମ ଭାବେ ମାଡ଼ ଦିଆଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

publive-image Image Courtesy of Committee to Protect Journalists

‘ବିବିସି’ ସମତେ କେତେକ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ଗତକାଲି ଚାଲିଥିବା ପ୍ରତିବାଦର ଭିଡିଓ ଉତ୍ତୋଳନ କରିବାରୁ କ୍ଷାନ୍ତ କରାଯାଇଥିଲା। ‘ଏତିଲାତ୍ରୋଜ୍‌’ ଏବଂ ‘ଲସ୍‌ ଏଞେଜଲ୍‌ସ୍‌ ଟାଇମ୍ସ୍‌’ ରିପୋର୍ଟ ଅନୁସାରେ, ପ୍ରତିବାଦ ‘କଭରେଜ୍’ କରିଥିବାରୁ ବୁଧବାର ଦିନ ଦୈନିକ ସମ୍ବାଦପତ୍ର ‘ଏତିଲାତ୍ରୋଜ୍‌’ର ‘ଭିଡିଓ ଏଡିଟର୍‌’ ତାକ୍ବି ଦରିୟାବି ଏବଂ ‘ଭିଡିଓ ରିପୋର୍ଟର’ ନେମାତୁଲ୍ଲା ନକ୍‌ଦିଙ୍କୁ ତାଲିବାନ୍ ଯୋଦ୍ଧା ଅଟକ ରଖିଥିଲେ। ତା’ପରେ ଦୁହିଁଙ୍କୁ ସ୍ଥାନୀୟ ଥାନାକୁ ନିଆଯାଇ ଦୁଇଟି ପୃଥକ୍ କୋଠରିରେ ରଖାଯାଇ ଅପମାନିତ କରାଯିବା ସହ କେବୁଲ୍‌ ତାରରେ ପ୍ରହାର କରାଯାଇଥିଲା। ସେମାନଙ୍କୁ ଛାଡ଼ି ଦେବା ଲାଗି ଅନୁରୋଧ କରିବା ପାଇଁ ଯାଇଥିବା ‘ଏତିଲାତ୍ରୋଜ୍‌’ ଅନ୍ୟ ଦୁଇଜଣ ସାମ୍ବାଦିକଙ୍କୁ ମଧ୍ୟ ଅଟକ ରଖାଯାଇଥିଲା।

ସାମ୍ବାଦିକମାନଙ୍କୁ ହାଜତରେ ନିର୍ଯାତନା ଦିଆଯାଇଥିବା କଥା ‘ଲସ୍‌ ଏଞେଜଲ୍‌ସ୍‌ ଟାଇମ୍ସ୍‌’ ମଧ୍ୟ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe