ଧରାପଡ଼ିଲେ ୪ ମାସିଆ ଛୁଆର ପୋଷାକରେ ବୋମା ଲୁଚାଇ ନେଉଥିବା ତାଲିବାନ ଆତଙ୍କବାଦୀ

Advertisment
ଧରାପଡ଼ିଲେ ୪ ମାସିଆ ଛୁଆର ପୋଷାକରେ ବୋମା ଲୁଚାଇ ନେଉଥିବା ତାଲିବାନ ଆତଙ୍କବାଦୀ

Image Courtesy of Deccan Chronicle

ନୂଆଦିଲ୍ଲୀ: ଉତ୍ତର ଆଫଗାନିସ୍ତାନର କୁନ୍ଦୁଜ୍‌ ସହରରେ ବୋମା ବିସ୍ଫୋରଣ କରିବାକୁ ଚେଷ୍ଟା କରୁଥିବା ଚାରି ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

ଆତଙ୍କ ଆକ୍ରମଣ ପାଇଁ ସେ ତାଲିବାନୀୟ ଲୋକମାନେ ଗୋଟାଏ ଚାରି ମାସିଆ ଛୁଆର ପୋଷାକରେ ବୋମା ଲୁଚାଇ ନେଉଥିବା ଘଟଣା ହିଁ କ୍ଷୋଭର କଥା। ସେମାନେ କୁନ୍ଦୁଜ୍‌ ଅଭିମୁଖେ ଯିବାବେଳେ କୋଳଛୁଆଟିର ପୋଷାକରେ ବିସ୍ଫୋରକ ସାମଗ୍ରୀ ଲୁଚାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ, ସହରରେ ପ୍ରବେଶ କରିବା ପୂର୍ବରୁ ପୁଲିସ ସେମାନଙ୍କୁ ଅଟକାଇ ଜଣେ ମହିଳାଙ୍କ ସମତେ ୫ଜଣଙ୍କୁ ଗିରଫ କରିଥିଲା।

ଏ ଖବର ପ୍ରକାଶ ପାଇଛି ‘ଦି କାବୁଲ୍‌ ଟାଇମ୍‌ସ୍‌’ରେ। ଶିଶୁମାନଙ୍କୁ ବ୍ୟବହାର କରି ଏ ଭଳି ଆକ୍ରମଣ କରିବା କଥା ଇସ୍‌ଲାମ୍‌ରେ ନିଷିଦ୍ଧ ବୋଲି କହି ଆଫଗାନିସ୍ତାନର ସ୍ୱାଧୀନ ମାନବିକ ଅଧିକାର କମିସନ୍‌ ଆତଙ୍କବାଦୀମାନଙ୍କୁ ସମାଲୋଚନା କରିଛି।

ଗତ ଶୁକ୍ରବାର ଦିନ କେନ୍ଦ୍ରୀୟ ଆଫଗାନ ସହର ଗଜନି ଠାରେ ଏକ ଲଢ଼େଇ ଯୋଗୁଁ ୬ ଜଣ ଶିଶୁ ମରିବା ପରେ ଏହି ଗିରଫଦାରି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe