ପାକ୍ ବିରୋଧୀ ରାଲିକୁ ବନ୍ଦ କରିବା ପାଇଁ ତାଲିବାନର ଗୁଳିଚାଳନା, ରିପୋର୍ଟ କରୁଥିବା ସାମ୍ବାଦିକ ତଥା କ୍ୟାମେରାମ୍ୟାନ ଗିରଫ

Advertisment
ପାକ୍ ବିରୋଧୀ ରାଲିକୁ ବନ୍ଦ କରିବା ପାଇଁ ତାଲିବାନର ଗୁଳିଚାଳନା, ରିପୋର୍ଟ କରୁଥିବା ସାମ୍ବାଦିକ ତଥା କ୍ୟାମେରାମ୍ୟାନ ଗିରଫ

www.indiatoday.in

କାବୁଲ: ତାଲିବାନ ପୁଣିଥରେ ଆଫଗାନିସ୍ତାନରେ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛି। କାବୁଲରେ ପାକିସ୍ତାନ ବିରୋଧୀ ରାଲିରେ ଏକାଠି ହୋଇଥିବା ଜନତାଙ୍କୁ ଘଉଡ଼ାଇବା ପାଇଁ ତାଲିବାନ ଫାଙ୍କା ଗୁଳିଚାଳନା କରିଥିବା ଜଣାପଡ଼ିଛି। ମଙ୍ଗଳବାର ଦିନ କାବୁଲର ବିଭିନ୍ନ ସ୍ଥାନରେ ପାକିସ୍ତାନ ବିରୋଧୀ ରାଲି କରାଯାଇଥିବା ସାମ୍ନାକୁ ଆସିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କାବୁଲର ରାଷ୍ଟ୍ରପତି ଭବନ ନିକଟରେ ରାଲି କରୁଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ତାଲିବାନ ଗୁଳି ଚଳାଇଥିଲା। ଏହା ସହ ରାଲିର ଭିଡିଓ ନେଉଥିବା ସାମ୍ବାଦିକ ତଥା କ୍ୟାମେରାମ୍ୟାନଙ୍କୁ ମଧ୍ୟ ତାଲିବାନ ଗିରଫ କରିଥିବା ଜଣାଯାଇଛି। ରାଷ୍ଟ୍ରପତି ଭବନ ନିକଟରେ କାବୁଲ ସେରେନା ହୋଟେଲ ରହିଛି, ଯେଉଁଠାରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ମୁଖ୍ୟ ଗତ ଏକ ସପ୍ତାହ ଧରି ରହିଆସୁଛନ୍ତି। ଏନେଇ ସେଠାରେ ପାକ୍ ଆକ୍ରମଣକୁ ନେଇ ପାକ୍ ବିରୋଧୀ ରାଲି ଆରମ୍ଭ ହୋଇଥିଲା। ଆଫଗାନିସ୍ତାନ ନାଗରିକମାନେ ପଞ୍ଜଶୀରରେ ପାକିସ୍ତାନ କରିଥିବା ଆକ୍ରମଣକୁ ବିରୋଧ କରି ଏହି ରାଲି କରୁଥିଲେ।

ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶ ଉପରେ ପାକିସ୍ତାନୀ ବାୟୁସେନା ଡ୍ରୋନ୍‌ରୁ ବୋମା ବର୍ଷଣ କରାଯାଇଥିଲା। ଏହି ଆକ୍ରମଣରେ ପଞ୍ଜଶୀରରେ ତାଲିବାନ୍ ପ୍ରତିରୋଧ ଆନ୍ଦୋଳନର ନେତୃତ୍ବ ନେଉଥିବା ଅହମଦ୍‌ ମାସୁଦଙ୍କ ମୁଖପାତ୍ର ଫହୀମ୍ ଦସ୍ତୀଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe