ନୂଆଦିଲ୍ଲୀ: ତାଲିବାନ୍କୁ ପ୍ରଚଣ୍ଡ ବିରୋଧ କରୁଥିବା କାବୁଲ୍ର ଉତ୍ତର ପ୍ରାନ୍ତରେ ଥିବା ପଞ୍ଜଶୀର ଉପତ୍ୟକା ତଥା ଆଫଗାନିସ୍ତାନର ଶେଷ ପ୍ରଦେଶକୁ ଇସ୍ଲାମୀୟ ଉଗ୍ରବାଦୀମାନେ (ତାଲିବ୍ମାନେ) ଦଖଲ କରିନେଇଥିବା କଥା ତାଲିବାନ୍ର ତିନୋଟିସୂତ୍ରରୁ ଜଣାପଡ଼ିଛି।
ଜଣେ ତାଲିବାନ୍ କମାଣ୍ଡର୍ କହିଛନ୍ତି, ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାକୁ ନିୟନ୍ତ୍ରଣାଧୀନ କରିଛୁ। ବିଶୃଙ୍ଖଳା ସୃଷ୍ଟିକାରୀମାନେ ପରାସ୍ତ ହୋଇଛନ୍ତି ଏବଂ ଏଥର ପଞ୍ଜଶୀର ଆମ ଅଧୀନକୁ ଆସିଛି।
କିନ୍ତୁ, ଉପରୋକ୍ତ ରିପୋର୍ଟର ସତ୍ୟତା ବାବଦରେ ସୁନିଶ୍ଚିତ ହେବା ଏତେ ଶୀଘ୍ର ସମ୍ଭବପର ହୋଇ ପାରିନାହିଁ।
ବିରୋଧୀ ଶକ୍ତିର ଅନ୍ୟତମ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍ ଟେଲିଭିଜନ୍ କେନ୍ଦ୍ର ‘ଟୋଲୋ ନିଉଜ୍’କୁ କହିଛନ୍ତି ଯେ, ସେ ଦେଶ ଛାଡ଼ି ଚାଲିଯାଇଛନ୍ତି ବୋଲି ଯାହା ରିପୋର୍ଟ କରାଯାଇଛି ତାହା ମିଥ୍ୟା।
Image Courtesy of India Todayସାଲେହ୍ ପଠାଇଛନ୍ତି କହି ‘ବିବିସି ୱାର୍ଲଡ୍’ର ଜଣେ ସାମ୍ବାଦିକ ଟୁଇଟର୍ରେ ପୋଷ୍ଟ୍ କରିଥିବା ଗୋଟାଏ ଭିଡିଓ କ୍ଲିପ୍ରେ ମଧ୍ୟ ସେ (ସାଲେହ୍) କହିଛନ୍ତି, ଆମେ ଯେ, କଠିନ ପରିସ୍ଥିତିରେ ରହିଛୁ, ସେଥିରେ ସନ୍ଦେହ ନାହିଁ। ଆମେ ତାଲିବାନ୍ ଆକ୍ରମଣ ଘେରରେ ରହିଛୁ। ଆମେ କ୍ଷେତ୍ର ଜଗିଛୁ, ଆମେ ପ୍ରତିରୋଧ କରିଛୁ।
Image Courtesy of NDTVସେ ମଧ୍ୟ ଟୁଇଟ୍ କରିଛନ୍ତି, ‘ପ୍ରତିରୋଧ’ ଜାରି ରହିଛି ଏବଂ ଜାରି ରହିବ। ମୁଁ ମୋ ଦେଶ ମାଟି ପାଇଁ ଦେଶ ମାଟିରେ ରହି ତାହାର ମର୍ଯ୍ୟାଦା ରକ୍ଷା କରୁଛି। ତାଙ୍କର ପୁତ୍ର ଏବାଦୁଲ୍ଲା ସାଲେହ୍ ମଧ୍ୟ ପଞ୍ଜଶୀର ପରାସ୍ତ ହୋଇଥିବା ଖବରକୁ ଅସ୍ବୀକାର କରି ମେସେଜ୍ କରିଛନ୍ତି, ନା, ଏକଥା ମିଥ୍ୟା।
ଅନ୍ୟ ସୂତ୍ରରୁ ମିଳୁଥିବା ସମ୍ବାଦ ଅନୁସାରେ, ପଞ୍ଜଶୀରରେ ଭୀଷଣ ଲଢ଼େଇ ଚାଲିଥିବାରୁ ଅନେକ ମୃତାହତ ହେଲେଣି।
Follow Us