ଆଫଗାନିସ୍ତାନରେ ସରକାର ଗଠନ ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କଲା ତାଲିବାନ; ଚୀନ୍‌, ପାକିସ୍ତାନ ଓ ରୁଷିଆକୁ ପଠାଇଲା ନିମନ୍ତ୍ରଣ

Advertisment
ଆଫଗାନିସ୍ତାନରେ ସରକାର ଗଠନ ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କଲା ତାଲିବାନ; ଚୀନ୍‌, ପାକିସ୍ତାନ ଓ ରୁଷିଆକୁ ପଠାଇଲା ନିମନ୍ତ୍ରଣ

FlipBoard

କାବୁଲ: ତାଲିବାନ ପଞ୍ଜଶୀର ଉପତ୍ୟକାକୁ ସଂପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣକୁ ନେଇଯିବା ପରେ ଆଫଗାନିସ୍ତାନରେ ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି।
ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନରେ ପରବର୍ତ୍ତୀ ସରକାର ଗଠନ କରିବାର ଅନ୍ତିମ ପର୍ଯ୍ୟାୟରେ ଅଛି। ସୂତ୍ରରୁ ପ୍ରକାଶ ଯେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଉତ୍ସବରେ ସାମିଲ ହେବା ପାଇଁ ପାକିସ୍ତାନ, ତୁର୍କୀ, କତାର, ରୁଷିଆ, ଚୀନ୍‌ ଓ ଇରାନକୁ ତାଲିବାନ ପକ୍ଷରୁ ବିଧିବଦ୍ଧ ନିମନ୍ତ୍ରଣ ପଠାଯାଇଛି।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୋମବାର କାବୁଲରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯୁଦ୍ଧ ଶେଷ ହୋଇଛି ଏବଂ ସେମାନେ ସ୍ଥିର ଆଫଗାନିସ୍ତାନ ପାଇବାକୁ ଆଶା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯିଏ ଅସ୍ତ୍ର ଉଠାଏ, ସେ ଲୋକ ତଥା ଦେଶର ଶତ୍ରୁ। ତାଲିବାନ ନେତା କହିଛନ୍ତି, ଲୋକମାନେ ଜାଣିବା ଉଚିତ ଯେ ଆକ୍ରମଣକାରୀମାନେ ଆମ ଦେଶକୁ କେବେବି ପୁନଃ ନିର୍ମାଣ କରିବେ ନାହିଁ ଏବଂ ଏହା ଆମ ଲୋକମାନଙ୍କର ଦାୟିତ୍ୱ।

ତାଲିବାନ ଏହା ମଧ୍ୟ କହିଛି ଯେ କାତାର, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସ କମ୍ପାନିରୁ ବୈଷୟିକ ଦଳ ଆସି କାବୁଲ ବିମାନବନ୍ଦରରେ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତାଲିବାନ ନେତାମାନେ କାନ୍ଦାହାରରେ ସାକ୍ଷାତ କରି ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ, ନୂତନ ସରକାର ଉପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe