କାବୁଲ: ମହିଳାଙ୍କୁ ନେଇ ସବୁବେଳେ ତାଲିବାନର କଠୋ ଆଭିମୁଖ୍ୟ ରହିଆସିଛି। ମହିଳାଙ୍କ ପ୍ରତି ଅତ୍ୟାଚାରର ଅନେକ ଚିତ୍ର ବିଗତ ଦିନମାନଙ୍କରେ ସାମ୍ନାକୁ ଆସିଛି, ଯାହା ସବୁବେଳେ ବିଚଳିତ କରିଛି। ତଥାପି ତାଲିବାନର ମନ ବୁଝିନି, ଆଫଗାନିସ୍ତାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦା ଏକ ନୂତନ ଦଣ୍ଡ ସଂହିତା ଲାଗୁ କରିଛନ୍ତି, ଯାହା ମହିଳାମାନଙ୍କ ଅଳ୍ପକିଛି ବଞ୍ଚିତ ଅଧିକାରକୁ ଛଡ଼ାଇନେବା ସହ ସେମାନଙ୍କୁ ପଶୁଠାରୁ ବି ହୀନ ବନାଇଦେବ।
ଅଧିକପଢ଼ନ୍ତୁ:ସ୍କୁଲ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ
ନୂତନ ଦଣ୍ଡ ସଂହିତା ଅନୁଯାୟୀ, ଯଦି ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀଙ୍କୁ ଅକଥନୀୟ ନିର୍ଯାତନା ଦିଏ, ତେବେ ତଙ୍କୁ ମାତ୍ର ୧୫ଦିନ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ, କିନ୍ତୁ ଏହାର ବିପରୀତରେ, ଯଦି କେହି ମନୋରଞ୍ଜନ ପାଇଁ କୁକୁଡ଼ା ଲଢ଼େଇ କରନ୍ତି, ତେବେ ସେମାନଙ୍କୁ ପାଞ୍ଚ ମାସର ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ। ଏହି ବିରୋଧାଭାସ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ତାଲିବାନ ପ୍ରଶାସନ ଏବେ ମହିଳାଙ୍କ ସୁରକ୍ଷା ଅପେକ୍ଷା ପଶୁ ପକ୍ଷୀଙ୍କ ସଂରକ୍ଷଣକୁ ପ୍ରାଥମିକତା ଦେଉଛି।
ତାଲିବାନ ପ୍ରଶାସନ ଏବେ ମହିଳାଙ୍କ ସୁରକ୍ଷା ଅପେକ୍ଷା ପଶୁ ପକ୍ଷୀଙ୍କ ସଂରକ୍ଷଣକୁ ପ୍ରାଥମିକତା ଦେଉଛି
ଏବେ, ଯଦି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସମ୍ମତି ବିନା ତାଙ୍କ ବାପାଙ୍କ ଘରକୁ ଯାଆନ୍ତି, ତେବେ ତାଙ୍କୁ ଅନ୍ଧେରୀ ଜେଲରେ ତିନି ମାସ ପାଇଁ ଜେଲଦଣ୍ଡ ଦିଆଯିବ। କେବଳ ମହିଳାଙ୍କୁ ନୁହେଁ ବରଂ ତାଙ୍କ ସ୍ୱାମୀଙ୍କ ଘରକୁ ଫେରିବାରେ ବାଧା ଦେଉଥିବା କର୍ତ୍ତୃପକ୍ଷ କିମ୍ବା ସମ୍ପର୍କୀୟମାନଙ୍କ ଉପରେ ମଧ୍ୟ ଦଣ୍ଡ ଲାଗୁ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କ ସାମାଜିକ ସ୍ଥିତି ଆଧାରରେ ନ୍ୟାୟ ପ୍ରଦାନ କରାଯିବ, ଯଦି ଜଣେ ଜ୍ଞାନୀ ବ୍ୟକ୍ତି କୌଣସି ଅପରାଧ କରନ୍ତି ତେବେ ତାଙ୍କୁ କେବଳ ଚେତାବନୀ ଦେଇ ସମ୍ମାନର ସହିତ କୋର୍ଟରୁ ମୁକ୍ତ କରାଯିବ। ବ୍ୟବସାୟୀ ଓ ନେତାମାନଙ୍କୁ କେବଳ ସମନ କରାଯିବ, କିନ୍ତୁ ସମାଜର ନିମ୍ନ ସ୍ତରର ଲୋକମାନଙ୍କୁ ଶାରୀରିକ ଭାବରେ ଚାବୁକ ମାରିବା ଏବେ ବାଧ୍ୟତାମୂଳକ ହେବ। ଏହି ନୂତନ ବ୍ୟବସ୍ଥା ଦର୍ଶାଉଛି ଯେ ସାଧାରଣ ଲୋକ ଓ ଗରିବଙ୍କ ପ୍ରତି ଏଠି ଆଇନ ସମ୍ପୂର୍ଣ୍ଣ ନିଷ୍ଠୁର।
ଅଧିକପଢ଼ନ୍ତୁ:ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/27/9e799ec6-583c-4bdc-b400-7294408238fe-2026-02-27-18-43-25.jpg)