ଆଫଗାନିସ୍ତାନରେ ୨୫ ଜଣଙ୍କୁ ହତ୍ୟା କଲା ତାଲିବାନ

Advertisment
ଆଫଗାନିସ୍ତାନରେ ୨୫ ଜଣଙ୍କୁ ହତ୍ୟା କଲା ତାଲିବାନ

କାବୁଲ : ଆମେରିକା ଆଫଗାନିସ୍ତାନରେ ତାଲିବାନ ସହିତ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ତାଲିବାନ ନିଜର ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଛି । ଶନିବାରଦିନ ତାଲିବାନ ଆତଙ୍କ ପ୍ରାୟ ୨୫ ଜଣ ସରକାରୀ ସମର୍ଥିତ ମିଲିସିଆଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣା ଉତ୍ତର ଆଫଗାନିସ୍ତାନର ବାଗଲାନ ରାଜ୍ୟର ନାରିନ ଜିଲ୍ଲାରେ ଘଟିଛି ।

ତାଲିବାନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି । ତାଲିବାନ ପକ୍ଷରୁ ଆଫଗାନିସ୍ତାନ ସେନାର କେତେକ ଯବାନଙ୍କୁ ବନ୍ଧକ ରଖାଯାଇଥିବାବେଳେ ଏହି ମିଲିସିଆ (ସ୍ଥାନୀୟ ସଶସ୍ତ୍ର ଗୋଷ୍ଠୀ )ର ଯୋଦ୍ଧାମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ତେବେ ଏହି ଅପରେସନ ବେଳେ ସେମାନେ ତାଲିବାନ ଦ୍ୱାରା ବିଛାଯାଇଥିବା ଫାଶରେ ପଶିଗଲେ । ପ୍ରାୟ ୬ ଘଣ୍ଟା ଘରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଚାଲିବା ପରେ ପ୍ରାୟ ୨୫ ଜଣ ମିଲିସିଆ ନିହତ ହୋଇଥିଲେ ବୋଲି ଆଫଗାନ ସନାର ମୁଖପାତ୍ର ଫଓ୍ଵାଦ ଅମନ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe