ପାକିସ୍ତାନକୁ ତାଲିବାନ ନେତାଙ୍କ ପରିହାସ: ୧୯୭୧ ଯୁଦ୍ଧରେ ଭାରତ ନିକଟରେ ଆତ୍ମସମର୍ପଣ କରୁଥିବା ଫଟୋ ଜାରି କଲା

Advertisment
ପାକିସ୍ତାନକୁ ତାଲିବାନ ନେତାଙ୍କ ପରିହାସ: ୧୯୭୧ ଯୁଦ୍ଧରେ ଭାରତ ନିକଟରେ ଆତ୍ମସମର୍ପଣ କରୁଥିବା ଫଟୋ ଜାରି କଲା

କାବୁଲ: ୧୯୭୧ରେ ପାକିସ୍ତାନ ସେନା ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିବା ଫଟୋ ସେୟାର କରି ତାଲିବାନ ଶାସକ ସୋମବାର ଦିନ ପ‌ାକିସ୍ତାନକୁ ପରିହାସ କରିଛନ୍ତି। ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନୌଲ୍ଲା ନିକଟରେ ଆଫଗାନିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଥିବାବେଳେ ତାଲିବାନ ନେତା ଅହମଦ ୟାସିର ଟ୍ବିଟରରେ ଏକ ପୋଷ୍ଟ୍‌ କରି ପାକିସ୍ତାନକୁ ଅପମାନଠାରୁ ଦୂରେଇ ରହିବାପାଇଁ କହିଥିଲେ। ଏହି ପୋଷ୍ଟ ସହ ଅହମଦ ୟାସିର ଡିସେମ୍ବର ୧୬, ୧୯୭୧ର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ପାକିସ୍ତାନ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି। ପାକିସ୍ତାନକୁ ପୁଣି ଅତି ଯନ୍ତ୍ରଣାଦାୟକ ଅପମାନର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ୟାସିର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe