ମହିଳାଙ୍କ ମୌଳିକ ଅଧିକାର ଛଢ଼ାଇ ନେଇଥିବା ତାଲିବାନ ଇସଲାମର ସମ୍ମାନ ପାଇଁ ଭାରତକୁ ଦେଲା ଉପଦେଶ

Advertisment
ମହିଳାଙ୍କ ମୌଳିକ ଅଧିକାର ଛଢ଼ାଇ ନେଇଥିବା ତାଲିବାନ ଇସଲାମର ସମ୍ମାନ ପାଇଁ ଭାରତକୁ ଦେଲା ଉପଦେଶ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ ସରକାର ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ପ୍ରଫେଟ ମହମ୍ମଦ ବିରୋଧୀ ଏହି ମନ୍ତବ୍ୟକୁ ନେଇ ଏବେ ତାଲିବାନ ମଧ୍ୟ ଭାରତ ସରକାରଙ୍କୁ ଉପଦେଶ ଦେବା ଆରମ୍ଭ କରିଦେଇଛି। ଆଫଗାନିସ୍ତାନରେ ମହିଳାମାନଙ୍କୁ ନିଜର ଅଧିକାରରୁ ବଞ୍ଚିତ କରୁଥିବା ଏବଂ ଅନେକ ଲୋକଙ୍କ ଜୀବନ ନେଇସାରିଥିବା ତାଲିବାନ ଏବେ ଭାରତ ସରକାରଙ୍କୁ ଉପଦେଶ ଦେବା ଖବର ଚର୍ଚ୍ଚାରେ ରହିଛି।

ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କରି ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଭାରତ ସରକାର ଧର୍ମାନ୍ଧମାନଙ୍କୁ ଇସଲାମ ଭଳି ପବିତ୍ର ଧର୍ମର ଅପମାନିତ କରିବାକୁ ଏବଂ ମୁସଲମାନମାନଙ୍କ ଭାବନାକୁ ଉତ୍ତେଜିତ କରିବାକୁ ଦିଅନ୍ତୁ ନାହିଁ। ଆମେ ଏହାକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ।

publive-image indiatoday

ତେବେ କେବଳ ତାଲିବାନ ନୁହନ୍ତି ଇରାକ୍‌, ଇରାନ, କୁଏତ, କତର, ଓମାନ, ସାଉଦି ଆରବ, ୟୁଏଇ, ଜର୍ଡାନ,  ଆଫଗାନିସ୍ତାନ, ମାଳଦୀପ, ବାହରିନ୍‌, ଲିବ୍ୟା ଏବଂ ଇଣ୍ଡୋନେସିଆ ଭଳି ଦେଶ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାରତ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ନିଜର ଏଭଳି ମନ୍ତବ୍ୟ ପାଇଁ ଦୁଇ ବିଜେପି କର୍ମକର୍ତ୍ତାଙ୍କୁ ନିଲମ୍ବିତ କରାଯାଇଥିଲେ ବି ବିବାଦ ଥମିବାର ନାଁ ନେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe