Image Courtesy of Al Jazeera
ନୂଆଦିଲ୍ଲୀ: ଦିଲ୍ଲୀ-ଆଫଗାନିସ୍ତାନ କନ୍ଫରେନ୍ସ୍ ଅବ୍ୟବହିତ ପୂର୍ବରୁ ଜାତୀୟ ନିରାପତ୍ତା ଉପଦେଷ୍ଟା ତାଙ୍କର ତାଜିକ୍ ଏବଂ ଉଜ୍ବେକ୍ ପ୍ରତିପକ୍ଷଙ୍କୁ ଭେଟିବା ପରେ ସହମତ ହୋଇଛନ୍ତି ଯେ, ଆନ୍ତର୍ଜାତିକ ସ୍ବୀକୃତି ପାଇବା ପୂର୍ବରୁ କାବୁଲ୍ର ତାଲିବାନ ଶାସନ ଆଫଗାନିସ୍ତାନରେ ବୈଧ୍ୟତା ହାସଲ କରିବା ଆବଶ୍ୟକ।
ଦିଲ୍ଲୀ ଆଲୋଚନାରୁ ଦୂରେଇ ରହିବାକୁ ଚୀନ୍ ଓ ପାକିସ୍ତାନ ନିଷ୍ପତ୍ତି ନେଇଥିବା ବେଳେ ଭାରତକୁ ମଧ୍ୟ ଆଫଗାନିସ୍ତାନ ବ୍ୟାପାରରୁ ଦୂରେଇ ରଖାଯାଇଛି। ଆଜି ଜାତୀୟ ନିରପତ୍ତା ଉପଦେଷ୍ଟାଙ୍କ ଆଲୋଚନାରୁ ସ୍ପଷ୍ଟ ସୂଚନା ମିଳୁଛି ଯେ, ଆନ୍ତର୍ଜାତିକ ସମୁଦାୟ ଠାରୁ ସ୍ବୀକୃତି ପାଇବା ଆଗରୁ ତାଲିବାନ୍ ଜନଜାତି ପରିଷଦ୍ ‘ଲୋୟା ଜିଗ୍ରା’ ଏବଂ ଆଫଗାନିସ୍ତାର ଧାର୍ମିକ ପରିଷଦ୍ର ସ୍ବୀକୃତି ହାସଲ କରୁ ବୋଲି ‘କେନ୍ଦ୍ରୀୟ ଏସୀୟ ସାଧାରଣତନ୍ତ୍ର’ ମଧ୍ୟ ଚାହୁଁଛି। ‘ସୁନି ପସ୍ତୁନ୍ ବଳ’କୁ କାବୁଲ୍ରେ ଏକ ପ୍ରତିଦ୍ବନ୍ଦ୍ବୀ କ୍ଷମତା ଭାବେ ସ୍ବୀକୃତି ଦେଉଥିଲେ ବି ଦିଲ୍ଲୀ ସମ୍ମିଳନୀ ତାଲିବାନଙ୍କ ବିରୁଦ୍ଧାଚରଣ କରୁନାହିଁ। କିନ୍ତୁ, ସିୟା ହାଜରା, ଉଜ୍ବେକ୍, ତାଜିକ୍ ଏବଂ ବିଶେଷକରି ଦେଶର ନାରୀମାନଙ୍କ ସମେତେ ତାଲିବାନ୍ ଆଫଗାନବାସୀଙ୍କ ବିଶ୍ବାସଭାଜନ ହେବା ଆବଶ୍ୟକ।
 Image Courtesy of NDTVଆଫଗାନିସ୍ତାନ ସମ୍ପର୍କରେ ତାଜିକ୍ ଓ ଉଜ୍ବକେ୍ପ୍ରତିପକ୍ଷଙ୍କ ସହ ଡୋଭାଲ୍ ମତ ବିନିମୟ କରିବା ପରେ ସେମାନେ ମଧ୍ୟ ଆଫଗାନିସ୍ତାନରେ ଆତଙ୍କବାଦୀମାନଙ୍କର ଦ୍ରୁତ ଉତ୍ଥାନ ଯୋଗୁଁ ଚିନ୍ତା ପ୍ରକଟ କରିଛନ୍ତି। ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ କଥା ମଧ୍ୟ ଆଲୋଚନା କରାଯାଇଛି।
  
 Follow Us