ଜାତିସଂଘ: ଜାତିସଂଘରେ ବିଶ୍ବ ନେତୃବୃନ୍ଦଙ୍କୁ ଉଦ୍ବୋଧନ ଦେବା ନିମନ୍ତେ ତାଲିବାନ୍ ଦୋହାସ୍ଥିତ ମୁଖପାତ୍ର ସୁହୈଲ୍ ଶାହୀନ୍ଙ୍କୁ ଦୂତ ରୂପେ ମନୋନୀତ କରିଥିବା କଥା ମଙ୍ଗଳବାର ଦିନ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ଏକ ପତ୍ରରେ ଦେଖିଥିବା ରିପୋର୍ଟ କରିଛି। ଚଳିତ ସପ୍ତାହରେ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘ ଅଧିବେଶନରେ ଉଦ୍ବୋଧନ ଦେବାକୁ ତାଲିବାନ୍କୁ କୁହାଯାଇଥିଲା। ସୋମବାର ଦିନ ଶେଷ ହେଉଥିବା ଜାତିସଂଘର ଏହି ଉଚ୍ଚସ୍ତରୀୟ ସାଧାରଣ ପରିଷଦ୍ ବୈଠକରେ ଭାଷଣ ଦେବା ଲାଗି ମୁତ୍ତାକ୍ବିଙ୍କୁ ଅନୁରୋଧ କରାଯାଇଥିଲା।
Image Courtesy of NDTVସୋମବାର ଦିନ ତାଲିବାନ୍ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତ୍ତାକ୍ବି ଜାତିସଂଘର ମହାସଚିବ ଆେଣ୍ଟୋନିଓ ଗୁଟେରେସ୍ଙ୍କୁ ଉପରୋକ୍ତ କଥା ଚିଠି ଲେଖି ଅନୁରୋଧ କରିଛନ୍ତି। ମୁତ୍ତାକ୍ବିଙ୍କ ଚିଠି ମିଳିଥିବା କଥା ଗୁଟେରେସ୍ଙ୍କ ମୁଖପାତ୍ର ଫର୍ହାନ୍ ହକ୍ ସୁନିଶ୍ଚିତ କରି କହିଛନ୍ତି। ଜାତିସଂଘରେ ପୂର୍ବତନ ଆଫଗାନ ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ଜାତିସଂଘ ରାଷ୍ଟ୍ରଦୂତ ଗୁଲାମ୍ ଇସାକ୍ଜାଇଙ୍କୁ ଗତ ମାସରେ ତାଲିବାନ ବହିଷ୍କାର କରିଥିଲା।
Image Courtesy of Yahooହକ୍ କହିଥିଲେ ଯେ, ଆଫଗାନିସ୍ତାର ଜାତିସଂଘ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିମାନେ କରିଥିବା ଅନୁରୋଧକୁ ୯ଜଣିଆ ସଦସ୍ୟ ବିଶିଷ୍ଟ ‘କ୍ରେଡେନ୍ସିଆଲ୍ କମିଟି’କୁ ପଠାଯାଇଛି। ଏହି କମିଟିରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଏବଂ ରୁଷ୍ ଆଦି ରାଷ୍ଟ୍ର ଅଛନ୍ତି। ଏ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ସୋମବାର ପୂର୍ବରୁ କମିଟି ବୈଠକ ବସିବ। ତେଣୁ, ଜାତିସଂଘରେ ତାଲିବାନ୍ର ବୈଦେଶିକ ମନ୍ତ୍ରୀ ଭାଷଣ ଦେବେ କି, ନାହିଁ ସନ୍ଦେହ। ସୁତରାଂ, ଜାତିସଂଘର ସାଧାରଣ ପରିଷଦ୍ ନିୟମ ଅନୁସାରେ, ନିଷ୍ପତ୍ତି ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ହକ୍ ତାଙ୍କ ଆସନରେ ରହିବେ ଏବଂ ସେପ୍ଟେମ୍ବର ୨୭ରେ ହେବାକୁ ଥିବା ସଭାରେ ଉଦ୍ବୋଧନ ଦେବେ।
ତାଲିବାନ୍ ରାଷ୍ଟ୍ରଦୂତଙ୍କୁ ଜାତିସଂଘ ଗ୍ରହଣ କଲେ ଆନ୍ତର୍ଜାତିକ ସ୍ବୀକୃତି ଆଶା କରୁଥିବା ଏହି କଠୋରପନ୍ଥୀ ସଙ୍ଗଠନ ପାଇଁ ଖୁବ୍ ବଡ଼ ପଦକ୍ଷେପ ହେବ ଏବଂ ଆର୍ଥିକ ସଙ୍କଟରେ ପଡ଼ିଥିବା ଆଫଗାନିସ୍ତାନ ପାଇଁ ସହାୟତାର ଦ୍ବାର ଉନ୍ମୁକ୍ତ ହୋଇ ପାରିବ।
କିନ୍ତୁ, ଗୁଟେରେସ୍ କହିଛନ୍ତି ଆନ୍ତର୍ଜାତିକ ସ୍ବୀକୃତି ପାଇଁ ତାଲିବାନ୍ର ଆକାଙ୍କ୍ଷା ଅନ୍ୟ ରାଷ୍ଟ୍ରମାନଙ୍କ ଉପରେ ନିର୍ଭର କରେ। ଆଫଗାନିସ୍ତାନରେ ତାଲିବାନ୍ ସମନ୍ବିତ ସରକାର ଗଠନ କରୁ ଏବଂ ବିଶେଷକରି ମହିଳାଙ୍କ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରୁ ବୋଲି ଅନ୍ୟ ରାଷ୍ଟ୍ରମାନେ ଅଡ଼ି ବସିଛନ୍ତି।
Follow Us