କାବୁଲ୍: ପୁଣିଥରେ ତାଲିବାନ୍ମାନେ ଆଫଗାନିସ୍ତାନର ଶାସନ କ୍ଷମତାକୁ ନିଜ ଦଖଲକୁ ନେଇଯିବା ପରେ ଆରମ୍ଭ କରିଦେଇଛନ୍ତି ସେମାନଙ୍କର ତାଲିବାନୀ ଶାସନ। ତାଲିବାନୀଙ୍କ ଦୌରାତ୍ମ୍ୟରେ ଆଫଗାନିସ୍ତାନ୍ବାସୀ ତ୍ରସ୍ତ ଓ ଶଙ୍କାଗ୍ରସ୍ତ ଅବସ୍ଥାରେ ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି। କେତେବେଳେ କାହା ମୁଣ୍ଡ ଗଡ଼ିବ ସେଇ ଚିନ୍ତାରେ ସମସ୍ତେ ତ୍ରସ୍ତ। ଏପରିସ୍ଥିତରେ ଆଫ୍ଗାନିସ୍ତାନରେ ଥିବା ଯୌନକର୍ମୀ ମାନଙ୍କର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛି ତାଲିବାନ୍। ଯୌନ କାରବାରରେ ଲିପ୍ତଥିବା ମହିଳାଙ୍କୁ ଖୋଜିବା ଏବଂ ସେମାନଙ୍କୁ ଦଣ୍ଡ ଦେବା ପାଇଁ ଏକ ଟାର୍ଗେଟ ତାଲିକା ପ୍ରସ୍ତୁତ କରିବା ପାଇଁ ତାଲିବାନମାନେ ଇଣ୍ଟରନେଟର ସେକ୍ସ ସାଇଟଗୁଡିକୁ ଅନୁସନ୍ଧାନ କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ବିବାହ ବାହାରେ ଯେଉଁ ଆଫଗାନିସ୍ତାନ ମହିଳାମାନେ ଅନୈତିକ ଯୌନ ସମ୍ପର୍କ ରଖିଛନ୍ତି କିମ୍ବା ଯୌନକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ସେପରି ମହିଳାଙ୍କୁ ଚିହ୍ନଟ କରିବା ପାଇଁ ଏକ ଅଭିଯାନ ତାଲିବାନମାନେ ଆରମ୍ଭ କରି ଦେଇଛନ୍ତି। ବିଶ୍ୱାସ କରାଯାଉଛି ଯେ ତାଲିବାନୀମାନେ ଯୌନକର୍ମୀଙ୍କ ପାଇଁ ମୃତ୍ୟୁଦଣ୍ଡ ଘୋଷଣା କରିପାରନ୍ତି। ଉଲ୍ଲେଖଯୋଗ୍ୟ, ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଶେଷ ତାଲିବାନ ଶାସନରେ ଏହିପରି ଅନେକ ମହିଳାଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
Follow Us