ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ। ଏହା ପରେ ପରେ କାବୁଲ ଏୟାରସ୍ପେସ ବନ୍ଦ ହେବାରୁ ସବୁ ଦେଶ କାବୁଲକୁ ବିମାନ ଉଡ଼ାଣ ରଦ୍ଦ କରିଥିଲେ। ଏବେ ଆଫଗାନିସ୍ତାନରେ ତାଲିବାନ ସରକାର ଗଢ଼ିବା ପରେ ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ବିଭିନ୍ନ ଦେଶକୁ ପ୍ରସ୍ତାବ ଦେବା ଆରମ୍ଭ କରିଛି। କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଭାରତ ସରକାରଙ୍କୁ ଚିଠି ଲେଖିଛି ତାଲିବାନ। ଭାରତ-ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ପୁଣି ଥରେ ଆରମ୍ଭ କରିବା ପାଇଁ ତାଲିବାନ ଭାରତ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।
Telegraph Indiaବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଦିଆଯାଇଥିବା ଏହି ଚିଠିକୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କାର୍ଯ୍ୟକାରୀ ମନ୍ତ୍ରୀ ଅଲହାଜ ହେମିଦୁଲ୍ଲା ଅଖୁନଜାଦା ଲେଖିଛନ୍ତି। ଅଖୁନଜାଦା ଲେଖିଛନ୍ତି ଯେ, "ଆପଣ ଭଲ ଭାବରେ ଜାଣିଛନ୍ତି କି ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାହାର ପୂର୍ବରୁ କାବୁଲ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ଏବେ ଆମର କତାର ଭାଇଙ୍କ ବୈଷୟିକ ସହାୟତା ଦ୍ବାରା ବିମାନବନ୍ଦର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି ଏବଂ ଏ ବାବଦରେ ଏକ ନୋଟିସ୍ ସେପ୍ଟେମ୍ବର ୬, ୨୦୨୧ରେ ଜାରି କରାଯାଇଥିଲା। ଏହି ଚିଠିର ଉଦ୍ଦେଶ୍ୟ ହେଉଛି ସ୍ୱାକ୍ଷରିତ ଏମଓୟୁ ଉପରେ ଆଧାର କରି ଦୁଇ ଦେଶ ମଧ୍ୟରେ ଯାତ୍ରୀବାହୀ ଯାତାୟାତକୁ ବଜାୟ ରଖିବା। ତେଣୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଆପଣଙ୍କୁ ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁରୋଧ କରୁଛି।
Follow Us