ନିଜେ ନଆସି ପୁରୁଷଙ୍କୁ ଅଫିସ ପଠାଅ; ମହିଳାଙ୍କୁ ଏଭଳି ନିର୍ଦ୍ଦେଶ ଦେଲା ତାଲିବାନ

ନିଜେ ନଆସି ପୁରୁଷଙ୍କୁ ଅଫିସ ପଠାଅ; ମହିଳାଙ୍କୁ ଏଭଳି ନିର୍ଦ୍ଦେଶ ଦେଲା ତାଲିବାନ

livehindustan

କାବୁଲ: ତାଲିବାନ ହାତକୁ ଆଫଗାନିସ୍ତାନ ଯିବା ପରେ ସେଠାରେ ରହୁଥିବା ମହିଳାଙ୍କଠାରୁ ସେମାନଙ୍କ ସ୍ବାଧୀନତା ଛଡ଼ାଇ ନିଆଯାଇଛି। କୁଆଡେ ବାହାରିଲେ ପରିବାରର କୌଣସି ପୁରୁଷଙ୍କୁ ସାଥିରେ ନେଇଯିବା ହେଉ ବା କଲେଜରେ ମହିଳା ଓ ପୁରୁଷ ମଝିରେ ପରଦା ଟାଣିବା ହେଉ, ଏଭଳି ଅନେକ ଅଜବ ନିୟମ ଲାଗୁ କରିଛି ତାଲିବାନ। ଏବେ ପୁଣି ଥରେ ଆଉ ଏକ ନିୟମ ଲାଗୁ କରି ମହିଳା କର୍ମଚାରୀଙ୍କୁ ଅଫିସ ନଆସି ଘ‌ରେ ଥିବା କୌଣସି ପୁରୁଷଙ୍କୁ ପଠାଇବା ପାଇଁ କହିଛି ତାଲିବାନ।

ଜଣେ ମହିଳା କର୍ମଚାରୀ କହିଛନ୍ତି, ତାଲିବାନର ଜଣେ ଅଧିକାରୀ ତାଙ୍କ ନିକଟକୁ କଲ୍ କରି କହିଥିଲେ ଯେ, ତୁମେ ଅଫିସ ନଆସି ଜଣେ ପୁରୁଷଙ୍କୁ ପଠାଅ। ଅଫିସର ପକ୍ଷରୁ କୁହାଯାଇଛି ଯେ ଅଫିସରେ କାର୍ଯ୍ୟ ଭାର ବହୁତ ବୃଦ୍ଧି ପାଇଛି, ତେଣୁ ସେମାନଙ୍କୁ ମହିଳାଙ୍କ ପରିବର୍ତ୍ତେ ପୁରୁଷ ଦରକାର।

ଏହା ସହ ଅର୍ଥ ବିଭାଗର ଜଣେ କର୍ମଚାରୀ କହିଛନ୍ତି, ତାଲିବାନ କ୍ଷମତାକୁ ଆସିବା ପରେ ଆମର ପଦ ହ୍ରାସ କରାଯାଇଛି। ପୂର୍ବରୁ ଆମକୁ ୬୦ହଜାର ଦରମା ମିଳୁଥିବା ବେଳେ ବର୍ତ୍ତମାନ ୧୨ହଜାର ମିଳୁଛି। ଏପରିକି ମୁଁ ଏବେ ମୋ ପୁଅର ସ୍କୁଲ ଫି ଦେବାକୁ ସକ୍ଷମ ନୁହେଁ। ଯେତେବେଳେ ମୁଁ ଏହା ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ କହିଲି, ସେ ମୋତେ ଚାକିରି ଛାଡିବାକୁ କହିବା ସହ ପଦ ହ୍ରାସକୁ ନେଇ କୌଣସି ଆଲୋଚନା ହେବ ନାହିଁ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିଲା। ସେହି ଦିନଠାରୁ ତାଲିବାନ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ତାଙ୍କଠାରୁ ଛଡ଼ାଇବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe