ପଞ୍ଜଶୀର ଉପତ୍ୟକା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ଆଫଗାନିସ୍ତାନ ଏବେ ଯୁଦ୍ଧ ଭଉଁରିରୁ ମୁକ୍ତ: ତାଲିବାନ୍‌

Advertisment
ପଞ୍ଜଶୀର ଉପତ୍ୟକା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ଆଫଗାନିସ୍ତାନ ଏବେ ଯୁଦ୍ଧ ଭଉଁରିରୁ ମୁକ୍ତ: ତାଲିବାନ୍‌

Image Courtesy of NDTV

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଥିବା ତାଲିବାନ-ବିରୋଧି ପ୍ରତିରୋଧକାରୀ ଶକ୍ତିର ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶ ସମ୍ପୂର୍ଣ୍ଣ ରୂପେ ଅକ୍ତିଆରକୁ ଚାଲି ଆସିଛି ଏବଂ ଦେଶ ଏବେ ଯୁଦ୍ଧ ଭଉଁରିରୁ ମୁକ୍ତ ବୋଲି ସୋମବାର ଦିନ ତାଲିବାନ୍‌ ‌ଘୋଷଣା କରିଛି।

ଏ ସଂକ୍ରାନ୍ତରେ ବିବୃତି ଦେଇ ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, ଅର୍ଥଲୋଭୀ ଶତ୍ରୁମାନଙ୍କ ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶ ଉପରେ ପୂର୍ଣ୍ଣ ବିଜୟ ହାସଲ ହୋଇଛି। ସର୍ବଶକ୍ତିମାନ ଈଶ୍ବରଙ୍କ ସାହାଯ୍ୟ ଏବଂ ଆମ ଦେଶବାସୀଙ୍କ ବ୍ୟାପକ ସମର୍ଥନଦ୍ବାରା, ଆମ ଦେଶ ଓ ପ୍ରଦେଶର ସମ୍ପୂର୍ଣ୍ଣ ନିରାପତ୍ତା ଲାଗି ଆମର ସଦ୍ୟତମ ଉଦ୍ୟମ ସଫଳ ହୋଇଛି।

ଜବିହୁଲ୍ଲା କହିଛନ୍ତି, ପଞ୍ଜଶୀରରେ ବହୁସଂଖ୍ୟକ ପ୍ରତିରୋଧକାରୀ ସଦସ୍ୟ ନିହତ ହୋଇଛନ୍ତି ଏବଂ ବାକି ପଳାୟନ କରିଛନ୍ତି। ସେ ଦାବି କରିଛନ୍ତି ପଣବନ୍ଦୀ ଥିବା ପଞ୍ଜଶୀରର ଅତ୍ୟାଚାରିତ ତଥା ସମ୍ମାନୀୟ ବ୍ୟକ୍ତିବିଶେଷଙ୍କୁ ମୁକ୍ତ କରାଯାଇଛି।

publive-image Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ସେମାନଙ୍କୁ ଉଦ୍ଧାର କରାଯାଇଛି। ପଞ୍ଜଶୀରର ସମ୍ମାନୀୟ ବ୍ୟକ୍ତିଙ୍କୁ ଆମେ ନିର୍ଭର ପ୍ରତିଶ୍ରୁତି ଦେଉଛୁ ଯେ, ସେମାନେ ବିଦ୍ବେଷର ସରବ୍ୟ ହେବେ ନାହିଁ, ସେମାନେ ଆମର ଭ୍ରାତା। ଆମେ ଗୋଟିଏ ଦେଶ, ଗୋଟିଏ ଲକ୍ଷ୍ୟ ସାଧନ ନିମନ୍ତେ କାର୍ଯ୍ୟ କରିବୁ। ଏହି ବିଜୟ ଓ ପ୍ରଚେଷ୍ଟା ପରେ ଆମ ଦେଶ ସମ୍ପୂର୍ଣ୍ଣରୂପେ ଯୁଦ୍ଧର ଭଉଁରିରୁ ମୁକ୍ତ ହୋଇଛି। ମୁକ୍ତ ବାତାବରଣରେ, ସ୍ବାଧୀନ ଓ ସମୃଦ୍ଧଶାଳୀ ହୋଇ ଦେଶବାସୀ ସୁଖଶାନ୍ତିରେ ଜୀବନଯାପନ କରିବେ।

କିନ୍ତୁ, ଏ ସଂକ୍ରାନ୍ତରେ ‘ରେଜିଷ୍ଟାନ୍‌ସ୍‌ ଫୋର୍ସ’ର ନେତା ଅହମଦ୍ ମାସୌଦଙ୍କ ଠାରୁ ହଠାତ୍‌ କୌଣସି ବିବୃତି ମିଳିପାରି ନହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe