ଆମେରିକା ଛାଡ଼ି ଯାଇଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୩ ତାଲିବାନ ଯବାନ ମୃତ

ଆମେରିକା ଛାଡ଼ି ଯାଇଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୩ ତାଲିବାନ ଯବାନ ମୃତ

representational picture (ndtv)

କାବୁଲ: ଏକ ଆମେରିକାନ ହେଲିକପ୍ଟର ଉଡାଇବା ତାଲିବାନ ଯବାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଶନିବାର ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏହି ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ, ଗତ ବର୍ଷେ ତଳେ ଆମେରିକା ନିଜ ନିୟନ୍ତ୍ରଣରେ ରଖିଥିବା ଆଫଗାନିସ୍ତାନକୁ ମୁକ୍ତ କରିଦେଇଥିଲା। ସଙ୍ଗେ ସଙ୍ଗେ ତାଲିବାନମାନେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲେ। ତେବେ ଯିବା ବେଳେ ଆମେରିକା ଅନେକ ପ୍ରତିରକ୍ଷା ସାମଗ୍ରୀ ଅକାମୀ କରି ଛାଡି ଯାଇଥିଲା।

ସେଥିରୁ ଅନେକଗୁଡିଏ ସଜାଡି ଆଫଗାନ ଫୋର୍ସ କେନ୍ଦ୍ରୀୟ ଏସିଆର ଅନେକ ଦେଶକୁ ଯିବା ଆସିବା କରି ତାଲିମ ନେଉଥିଲେ। ତେବେ ଏକ ବ୍ଲାକ ହାକ ହେଲିକପ୍ଟରକୁ ତାଲିବାନମାନେ ତାଲିମ ପାଇଁ ବ୍ୟବହାର କରୁଥିବାବେଳେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାତୀୟ ପ୍ରତିରକ୍ଷା କ୍ୟାମ୍ପସ ଭିତରେ ତାଲିମ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଏନାଇତୁଲ୍ଲା ଖୋୱାର୍ଜମି କହିଛନ୍ତି। ଏଥିରେ ଆଉ ୫ଜଣ ଯବାନ ଗୁରୁତର ହୋଇଥିବା ଜଣାପଡିଛି। ତେବେ ଆମେରିକା କେତେ ପ୍ରତିରକ୍ଷା ସାମଗ୍ରୀ ଛାଡି ଯାଇଛି ତାହା ଜଣାପଡିନଥିବାବେଳେ ଅନେକ ସେଥିରୁ ଅକାମୀ ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe