ତାଲିବାନ୍‌ର ନୂଆ କ୍ୟାବିନେଟ୍‌ରେ ଅଛନ୍ତି ଆମେରିକା ଘୋଷିତ ୫ ଆତଙ୍କବାଦୀ

Advertisment
ତାଲିବାନ୍‌ର ନୂଆ କ୍ୟାବିନେଟ୍‌ରେ ଅଛନ୍ତି ଆମେରିକା ଘୋଷିତ ୫ ଆତଙ୍କବାଦୀ

Image Courtesy of NDTV

କାବୁଲ୍‌: ତାଲିବାନ୍‌ଦ୍ବାରା ଗଠିତ ଆଫଗାନିସ୍ତାନର ନୂତନ କାର୍ଯ୍ୟନିର୍ବାହୀ ସରକାରଙ୍କ କ୍ୟାବିନେଟ୍‌ରେ ଯୁକ୍ତରାଷ୍ଟ୍ର ଆମେରିକା ଘୋଷିତ ୫ଜଣ ଆତଙ୍କବାଦୀଙ୍କୁ ସାମିଲ କରାଯାଇଛି। ତାଲିକାଭୁକ୍ତ ଉକ୍ତ ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣକ ଉପରେ ଆମେରିକା ୧୦ ନିୟୁତ ଡଲାର୍‌ ଅର୍ଥରାଶି ପୁରସ୍କାର ମଧ୍ୟ ଘୋଷଣା କରିଛି।

ତାଲିବାନ୍‌‌ ନେତୃତ୍ବ ପରିଷଦ୍‌ରେ ସ୍ବଳ୍ପ ଜଣାଶୁଣା ମୁଖ୍ୟ ମୁଲ୍ଲା ମହମ୍ମଦ ହସନ୍‌ଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଥିବା କଥା ମଙ୍ଗଳବାର ଦିନ କାବୁଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି। ଗତବର୍ଷ ଟ୍ରମ୍ପ୍‌ ପ୍ରଶାସନ ସହ ଶାନ୍ତି ରାଜିନାମାରେ ସ୍ବାକ୍ଷର କରିଥିବା ତାଲିବାନ୍‌ର ପ୍ରମୁଖ ମୁଖପାତ୍ର ତଥା ଏହାର ସହ-ସଂସ୍ଥାପକ ମୁଲ୍ଲା ଅବ୍ଦୁଲ୍ ଗନୀ ବରଦର ଉପମୁଖ୍ୟମନ୍ତ୍ରୀ ଭାବ‌େ ଦାୟିତ୍ବ ନିର୍ବାହ କରିବେ।

publive-image Image Courtesy of 11WLUK

‘ଏଫ୍‌ବି’ର ‘ମୋଷ୍ଟ ୱାଣ୍ଟେଡ୍‌’ ଆତଙ୍କବାଦୀ ତାଲିକାରେ ଥିବା ହକ୍କାନି ନେଟ୍‌ୱାର୍କର ନେତା ସିରାଜୁଦ୍ଦିନ୍ ହକ୍କାନି ଗୃହ ମନ୍ତ୍ରାଳୟର କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ବ ତୁଲାଇବେ। ଏଥିଯୋଗୁଁ ଆମେରିକା ତାଲିବାନ୍‌କୁ କୌଣସି ସହଯୋଗ କରି ନ ପାରେ। କାରଣ ଆତଙ୍କବଦାଦୀ ସଙ୍ଗଠନ ଠାରୁ ସମସ୍ତ ପ୍ରକାର ସମ୍ପର୍କ କାଟିଦେବା ଲାଗି ବାଇଡେନ୍‌ ପ୍ରଶାସନ ତାଲିବାନ୍‌କୁ କହିଥିଲା।

ସେପଟେ, ମୁଜାହିଦ୍ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ସମେତ ବିଶ୍ବର ସମସ୍ତ ରାଷ୍ଟ୍ର ସହ ତାଲିବାନ୍ ସୁସମ୍ପର୍କ ରଖିବାକୁ ଆଗ୍ରହୀ। କୌଣସି ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନ ଥିଲେ ମଧ୍ୟ ବିଭିନ୍ନ ସମ୍ପ୍ରଦାୟ ଏବଂ ସାମାଜିକ ପୃଷ୍ଠଭୂମିର ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଥିବାରୁ ଉକ୍ତ କ୍ୟାବିନେଟ୍‌କୁ ସେ ‘ସମିଶ୍ରିତ ସଙ୍ଗଠନ’ ବୋଲି କହିଛନ୍ତି।

ତାଲିବାନ୍‌ ସରକାରଙ୍କ କ୍ୟାବିନେଟ୍‌ରେ ସଦସ୍ୟ ଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ହେଉଛନ୍ତି, ଦ୍ବିତୀୟ ଉପପ୍ରଧାନମନ୍ତ୍ରୀ ଅବଦ୍ଦୁଲ୍‌ ସଲାମ୍ ହନାଫି, କାର୍ଯ୍ୟନିର୍ବାହୀ ବୈଦେଶିକ ମନ୍ତ୍ରୀ ଅମିର୍‌ ଖାଁ ମୁତ୍ତାକ୍ବି, କାର୍ଯ୍ୟନିର୍ବାହୀ ଅର୍ଥମନ୍ତ୍ରୀ ହେଦାୟତୁଲ୍ଲା ବଦ୍ରି, କାର୍ଯ୍ୟନିର୍ବାହୀ ଆର୍ଥିକ ମନ୍ତ୍ରୀ ଦିନ୍ ମହମ୍ମଦ ଏବଂ କେନ୍ଦ୍ରୀୟ ବ୍ୟାଙ୍କ୍‌ର କାର୍ଯ୍ୟନିର୍ବାହୀ ଗଭର୍ଣ୍ଣର ମହମ୍ମଦ୍ ଏଦ୍ରିସ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe