ଭାରତର ବଜେଟ୍‌କୁ ତାଲିବାନର ସ୍ବାଗତ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ

Advertisment
ଭାରତର ବଜେଟ୍‌କୁ ତାଲିବାନର ସ୍ବାଗତ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ

ANI News

କାବୁଲ : ଭାରତର କେନ୍ଦ୍ର ବଜେଟ୍‌ ୨୦୨୩-୨୪କୁ ତାଲିବାନ ସ୍ୱାଗତ କରିଛି। ଆଫଗାନିସ୍ତାନ ପାଇଁ ଭାରତର ସହାୟତା ଘୋଷଣା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ବିଶ୍ୱାସକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ ବୋଲି ତାଲିବାନ ନେତାମାନେ କହିଛନ୍ତି।

ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଫଗାନିସ୍ତାନ ପାଇଁ କେନ୍ଦ୍ର ବଜେଟରେ ୨୫ ମିଲିୟନ ଡଲାରର ବିକାଶ ସହାୟତା ପ୍ୟାକେଜ ପ୍ରସ୍ତାବ ଦେବା ପରେ ତାଲିବାନ ପକ୍ଷରୁ ଏହି ମନ୍ତବ୍ୟ ଆସିଛି। ତାଲିବାନ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଏହା ହେଉଛି ଭାରତର ବଡ଼ ସହାୟତା ଘୋଷଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe