ମହଙ୍ଗା ପଡ଼ିଲା ଅସଦାଚରଣ : ଆଇନ ହାତକୁ ନେଲେ; ନିର୍ଦ୍ଧୁମ୍ ଛେଚିଲେ, ମୁହଁରେ କଳା ବୋଳି ଅଭିଯୁକ୍ତକୁ ଗାଁଦାଣ୍ଡରେ ବୁଲାଇଲେ

Advertisment
ମହଙ୍ଗା ପଡ଼ିଲା ଅସଦାଚରଣ : ଆଇନ ହାତକୁ ନେଲେ; ନିର୍ଦ୍ଧୁମ୍ ଛେଚିଲେ, ମୁହଁରେ କଳା ବୋଳି ଅଭିଯୁକ୍ତକୁ ଗାଁଦାଣ୍ଡରେ ବୁଲାଇଲେ

Picture Courtesy: Ahmedabad Mirror

ମହାରାଜଗଞ୍ଜ: ମହଙ୍ଗା ପଡ଼ିଲା ମହିଳାଙ୍କୁ ଅସଦାଚରଣ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି କିଛି ଗାଁ ଲୋକ ଜଣେ ଯୁବକଙ୍କ ମୁହଁରେ କଳା ବୋଳି, ଜୋତା ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଉଛନ୍ତି । ସୂଚନା ମୁତାବକ ଏହି ଭିଡ଼ିଓଟି ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି।

ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ଜଣେ ଯୁବକ ଜନୈକ ମହିଳାଙ୍କୁ କିଛି ନିଶାଦ୍ରବ୍ୟ ଖୁଆଇ ଅସଦାଚରଣ  କରିଥିଲେ । ଯେତେବେଳେ ଗ୍ରାମବାସୀଙ୍କୁ ଏ ବିଷୟରେ ଜଣାପଡିଲା ସେମାନେ ଯୁବକଙ୍କ ମୁହଁରେ କଳା ବୋଳି ଚପଲ ମାଳ ପିନ୍ଧାଇ ତାଙ୍କୁ ଗାଁରେ ବୁଲାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏହି ଘଟଣାର ଭିଡିଓ କରିଥିଲେ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୨୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗାଁର ଲୋକମାନେ ଯୁବକଙ୍କୁ ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ସହ ତାଙ୍କୁ ମାଡ଼ ମାରୁଛନ୍ତି । ଭିଡିଓରେ ଯୁବକ ଜଣଙ୍କ କାକୁତିମିନତି ହୋଇ ଛାଡିଦେବାକୁ କହୁଥିଲେ ମଧ୍ୟ ଲୋକମାନେ ତାଙ୍କ କଥା ଶୁଣି ପିଟି ଚାଲିଛନ୍ତି।

publive-image

ମହାରାଜଗଞ୍ଜ ଡେପୁଟି ଏସପି ଅନୁଜ ସିଂ କହିଛନ୍ତି ଯେ, ଯୁବକଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ଏହି ଭିଡିଓ ତାଙ୍କ ନିକଟରେ ମଧ୍ୟ ପହଞ୍ଚିଛି। ଭିଡିଓ ଆଧାରରେ ଲୋକଙ୍କୁ ଚିହ୍ନଟ କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଏହାପୂର୍ବରୁ ମୁଜାଫରନଗରରେ ଅଟୋରେ ବସିଥିବା ଜଣେ ମହିଳାଙ୍କୁ ଜଣେ ମଦ୍ୟପ ଯୁବକ ଅସଦାଚରଣ କରିଥିଲେ । ମହିଳା ଜଣକ ଅଭିଯୁକ୍ତ ଯୁବକଙ୍କୁ ମାଡ ମାରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe