କାବୁଲ୍‌ରେ ତାଲିବାନ୍‌ ଶୂନ୍ୟକୁ ଗୁଳି ଚଳାଇବାରୁ ୧୭ଜଣଙ୍କ ମୃତ୍ୟୁ, ୪୦ଆହତ

Advertisment
କାବୁଲ୍‌ରେ ତାଲିବାନ୍‌ ଶୂନ୍ୟକୁ ଗୁଳି ଚଳାଇବାରୁ ୧୭ଜଣଙ୍କ ମୃତ୍ୟୁ, ୪୦ଆହତ

www.indiatoday.in

ନୂଆଦିଲ୍ଲୀ: ଶୁକ୍ରବାର ଦିନ କାବୁଲ୍‌ରେ ତାଲିବାନ୍‌ର ‘ସେଲିବ୍ରେଟରି ଏରିଅଲ୍‌ ଗନ୍‌ଫାୟାର୍‌’ରେ (ଉତ୍ସବ ପାଳନକାଳୀନ ଶୂନ୍ୟକୁ ଗୁଳିଚାଳନା) ପିଲାମାନଙ୍କ ସମେ‌ତ କେତେକ ବ୍ୟକ୍ତିବିଶେଷ ପ୍ରାଣ ହରାଇଥିବା ନେଇ ଖବର ମିଳିଥିଲା। ଏବେ ଏହି ଗୁଳିଚାଳନାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଥିବା ଜଣାପଡ଼ିଛି।

‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌ ଅଫ୍ ଆଫଗାନିସ୍ତାନ୍‌’କୁ ପରାସ୍ତ କରି ପଞ୍ଜଶୀର ଉପତ୍ୟକାକୁ ନିୟନ୍ତ୍ରଣାଧୀନ କରି ପାରିଛନ୍ତି ବୋଲି ତାଲିବାନ୍‌ ଘୋଷଣା କରିବା ପରେ ଶୁକ୍ରବାରେ ସମଗ୍ର କାବୁଲ୍‌ରେ ଉତ୍ସବ ପାଳନକାଳୀନ ଭୀଷଣ ବନ୍ଧୁକ ଫୁଟିବା ଶବ୍ଦ ଶୁଭିଥିଲା। ଏଥିରେ ଏବେ ୧୭ଜଣଙ୍କ ପ୍ରାଣ ଯାଇଥିବା ନେଇ ଖବର ମିଳିଛି।

ଗତକାଲିର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ତାଲିବାନ ଆଫଗାନିସ୍ତାନକୁ ନର୍କ ବନାଇ ଦେଇଥିବା ବେଳେ ଆହତ ଆତ୍ମୀୟସ୍ବଜନଙ୍କୁ ଧରି ଲୋକେ ଡାକ୍ତରଖାନା ନେଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ ହୋଇଥିବା ଫଟୋ ଏବଂ ଭିଡିଓରେ ଦେଖାଯାଇଥିଲା।

ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାକୁ ନିୟନ୍ତ୍ରଣାଧୀନ କରିଛୁ। ବିଶୃଙ୍ଖଳା ସୃଷ୍ଟିକାରୀମାନେ ପରାସ୍ତ ‌ହୋଇଛନ୍ତି ଏବଂ ଏଥର ପଞ୍ଜଶୀର ଆମ ଅଧୀନକୁ ଆସିଛି ବୋଲି ଜଣେ ତାଲିବାନ୍‌ କମାଣ୍ଡର୍‌ କହିଥିବା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ କହିଥିଲା।

କିନ୍ତୁ, ପଞ୍ଜଶୀର ପ୍ରତିରୋଧକାରୀ ଫୌଜର ନେତା ଅହମଦ୍ ମାସୌଦ୍‌ ଟୁଇଟ୍‌ କରି କହିଛନ୍ତି, ପଞ୍ଜଶୀର ବିଜୟ ସମାଚାର ପାକିସ୍ତାନୀ ଗଣମାଧ୍ୟମରେ ପ୍ରସାରଣ କରାଯାଉଛି। ତାହା ମିଥ୍ୟା। ଇନ୍‌ସାଲ୍ଲାହା, ପଞ୍ଜଶୀର ବିଜୟ ଦିନ ହେବ ପଞ୍ଜଶୀରରେ ମୋର ଶେଷ ଦିବସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe