Photo Courtesy of The New Indian Express
ଓଟାଓ୍ଵା: ଆଫଗାନିସ୍ତାନ ଏବଂ ପାକିସ୍ତାନରେ କାର୍ଯ୍ୟ କରୁଥିବା ତାଲିବାନ ଅନୁମୋଦିତ ହକିନି ନେଟ୍ଓ୍ଵାର୍କ ଦ୍ୱାରା ବର୍ଷେକାଳ ପଣବନ୍ଦୀ ରହି ମୁକ୍ତି ପାଇ ଥିବା କାନଡୀୟ ଜୋସୁଆ ବଏଲ୍ କହିଛନ୍ତି ଯେ ଅପହରଣକାରୀମାନେ ତାଙ୍କ ଶିଶୁ କନ୍ୟାକୁ ହତ୍ୟା କରିବା ସହ ତାଙ୍କ ପତ୍ନୀଙ୍କ ସହ ଦୁଷ୍କର୍ମ କରିଛନ୍ତି।
ପାକିସ୍ତାନୀ ସେନାଙ୍କ ଦ୍ୱାରା ବୁଧବାର ଦିନ ଆମେରିକୀୟ ନିଜର ପତ୍ନୀ କୈଟ୍ଲାନ୍ କୋଲ୍ମ୍ୟାନ୍ ଏବଂ ତିନି ପିଲାଙ୍କ ସହ ମୁକ୍ତ ହୋଇ ବିଳମ୍ବିତ ଶୁକ୍ରବାର ଦିନ ଟୋରୋଣ୍ଟୋରେ ପହଞ୍ଚି ବଏଲ୍ ଅତି କଠୋର ଭାଷାରେ ମନ୍ତବ୍ୟ ଦେଇଛନ୍ତି।
Photo Courtesy of The Times of Indiaହାକିନି ନେଟ୍ଓ୍ଵାର୍କକୁ ନିନ୍ଦା କରି ସେ କହିଛନ୍ତି ଯେ ହାକିନି ନେଟ୍ଓ୍ଵାର୍କର ଦୁବୃର୍ତ୍ତମାନେ ମୋତେ ଯାଚିଥିବା ଅଫ୍ରକୁ ଥରକୁ ଥର ଅଗ୍ରାହ୍ୟ କରି ଦେବାରୁ ମୋ ଶିଶୁ କନ୍ୟାକୁ ହତ୍ୟା କରି ନିର୍ବୋଧତା ଏବଂ ପାପାଚାର କରିଛନ୍ତି; ପରେ ମୋ ପତ୍ନୀଙ୍କ ସହ ଦୁଷ୍କର୍ମ କରିବା ମଧ୍ୟ ସେମାନଙ୍କ ପକ୍ଷେ ଥିଲା ନିର୍ବୋଧତା ଏବଂ ପାପାଚାର।
ସେ କହିଛନ୍ତି ଯେ ଦୁଷ୍କର୍ମ ଏକେଲା ଜଗୁଆଳିଙ୍କ କାର୍ଯ୍ୟ ନ ଥିଲା। ଜଗୁଆଳିମାନଙ୍କ ସର୍ଦ୍ଦାର ଏବଂ ଅବୁ ହାଜର ବୋଲି ଜଣେ ହାକିନି କମାଣ୍ଡର ମଧ୍ୟ ସେଥିରେ ସହଯୋଗ କରିଥିଲେ।
ହାକିନି ଗ୍ରୁପ୍ର ନେତା ହେଉଛନ୍ତି ସିରାଜୁଦ୍ଦିନ୍ ହାକିନି ଏବଂ ସେ ମଧ୍ୟ ଆଫଗାନ୍ ତାଲିବାନର ଉପ ନେତା।
ପାକିସ୍ତାନର ଛାୟା ସାମରିକ ପ୍ରତିଷ୍ଠାନ ସହ ସେ ଗୋଷ୍ଠୀର ସମ୍ପର୍କ ରହିଛି ବୋଲି ଦୀର୍ଘ ଦିନ ହେବ ସନ୍ଦେହ କରାଯାଉଛି।
Photo Courtesy of The Express Tribuneବଏଲ୍ କହିଛନ୍ତି, ଉଭୟ ଘଟନା ୨୦୧୪ରେ ସଙ୍ଗଠିତ ହୋଇଥିଲା। ସେତେବେଳେ ଏହାର ଦୁଇ ବର୍ଷ ପୂର୍ବରୁ ଅନ୍ତଃସତ୍ତ୍ୱା ଥିବା କୋଲ୍ମ୍ୟାନ୍ ଏବଂ ତାଙ୍କୁ ତାଲିବାନ୍ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନର ଏକ ଦୂରାନ୍ତ ଅଞ୍ଚଳରୁ ଅପହରଣ କରି ନିଆ ଯାଇଥିଲା।
ସେ କହିଛନ୍ତି ଯେ ତାଙ୍କୁ ଅକ୍ତିଆର କରାଯିବାବେଳେ ସେମାନେ ତୀର୍ଥଯାତ୍ରୀ ଭାବେ ଆଫଗାନିସ୍ଥାନରେ ରହି ଗରିବ ଗ୍ରାମବାସୀଙ୍କୁ ସାହାଯ୍ୟ କରୁଥିଲେ।
କଷଣ ସହି ଥିବା ତାଙ୍କର ତିନି ପିଲା ପଣବନ୍ଦୀ ଥିବା ସମୟରେ ଜନ୍ମ ହୋଇଥିଲେ।
ସେ ପରିବାରର ଆଗମନକୁ କାନଡୀୟ ସରକାର ସ୍ୱାଗତ କରିଛି। ବୈଦେଶିକ ମନ୍ତ୍ରାଳୟ ବିବୃତିରେ କୁହାଯାଇଛି ଯେ, ଆଜି ଆମେ ବଏଲ୍ ପରିବାରକୁ ଭେଟିଲୁ। ସେମାନଙ୍କ ଦୀର୍ଘ ପ୍ରତିକ୍ଷିତ କାନଡା ପ୍ରତ୍ୟାବର୍ତ୍ତନ ଏବଂ ସେମାନଙ୍କ ପ୍ରିୟତମଙ୍କ ନିକଟକୁ ଫେରିଆସିବା ସମୟକୁ ଆନନ୍ଦମୟ କରିଥିଲୁ।
Photo Courtesy of ABC Newsଶ୍ରୀଯୁକ୍ତ ବଏଲ୍ଙ୍କ ମାମଲାରେ କାନଡା ସବୁ ସ୍ତରରେ ପାରୁ ପର୍ଯ୍ୟନ୍ତ ଉଦ୍ୟମ ଚଳାଇଥିଲା। ଏବେ ସେମାନେ ଫେରି ଆସିଥିଲେ ମଧ୍ୟ ତାଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ସବୁମତେ ସହାୟତା ଦେବା ଜାରି ରଖାଯିବ ଏବଂ ସେ ପରିବାରର ଗୋପନୀୟତାକୁ ସମ୍ମାନ ଦିଆଯିବ ବୋଲି ଉକ୍ତ ବିବୃତିରେ ପ୍ରକାଶ ପାଇଛି।
ସେମାନଙ୍କୁ ମୁକ୍ତ କରିଥିବା ପାକିସ୍ତାନୀ ସେନା କହନ୍ତି ଯେ ସେମାନଙ୍କୁ ଆଫଗାନିସ୍ତାନ ସୀମାନ୍ତ ନିକଟସ୍ଥ ଅର୍ଦ୍ଧ-ସ୍ୱଂୟ ଶାସିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି ବୋଲି ଆମେରିକୀୟ ଗୁଇନ୍ଦା ସେବା ସୂଚନା ଦେଇଥିଲା।
ଗୁଇନ୍ଦା ସୂଚନା ଆଧାରରେ ଆମେ ସେନା ପଠାଇ ସେ ଗାଡ଼ିକୁ ଠାବ କଲୁ ଏବଂ ପଣବନ୍ଦୀମାନଙ୍କୁ ମୁକ୍ତ କରାଇଲୁ ବୋଲି ପାକିସ୍ତାନୀ ସେନାର ମୁଖପାତ୍ର ମେଜର୍ ଜେନେରାଲ୍ ଅସିଫ୍ ଗଫୁର୍ କହିଛନ୍ତି।
Follow Us