କାବୁଲ: ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଆଖୁନ୍ଦଜାଦା ଏବଂ ଆଫଗାନିସ୍ତାନର ମୁଖ୍ୟ ବିଚାରପତି ଅବଦୁଲ ହାକିମ ହକ୍କାନିଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହାର ଜବାବରେ ତାଲିବାନ କହିଛି ଯେ ଯଦି ଆଇସିସି କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି, ତା'ହେଲେ ତାଲିବାନ ବିରୋଧରେ ନୁହେଁ ବରଂ ଆମେରିକା ଓ ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ଆଫଗାନିସ୍ତାନର ଉପ ଆଭ୍ୟନ୍ତରୀଣ ମନ୍ତ୍ରୀ ମହମ୍ମଦ ନବୀ ଓମାରୀ କହିଛନ୍ତି ଯେ ଯଦି ଏହା ନିରପେକ୍ଷ ଏବଂ ସତ୍ୟବାଦୀ ଅଦାଲତ ହୋଇଥାନ୍ତା, ତେବେ ସେମାନେ ଆମେରିକାକୁ ଅଦାଲତକୁ ଟାଣିବା ଉଚିତ୍ ଥିଲା, କାରଣ ଆମେରିକା ହିଁ ବିଭିନ୍ନ ଯୁଦ୍ଧର କାରଣ ।
ଆଫଗାନିସ୍ତାନର ଉପ ଆଭ୍ୟନ୍ତରୀଣ ମନ୍ତ୍ରୀ ମହମ୍ମଦ ନବୀ ଓମାରୀ କହିଛନ୍ତି ଯେ ଯଦି ଏହା ନିରପେକ୍ଷ ଏବଂ ସତ୍ୟବାଦୀ ଅଦାଲତ ହୋଇଥାନ୍ତା, ତେବେ ସେମାନେ ଆମେରିକାକୁ ଅଦାଲତକୁ ଟାଣିବା ଉଚିତ୍ ଥିଲା, କାରଣ ଆମେରିକା ହିଁ ବିଭିନ୍ନ ଯୁଦ୍ଧର କାରଣ । ଖୋଷ୍ଟ ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହମ୍ମଦ ନବୀ ଓମାରୀ କହିଛନ୍ତି ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯିବା ଉଚିତ।
ତାଲିବାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ଆଫଗାନିସ୍ତାନ ଉପରେ ୨୦ ବର୍ଷ ଧରି କବଜା କରିବା ସମୟରେ ବିଦେଶୀ ଶକ୍ତି ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ସହଯୋଗୀମାନେ କରିଥିବା ଯୁଦ୍ଧ ଏବଂ ମାନବିକତା ବିରୋଧୀ ଅପରାଧ ପ୍ରତି ଏହି ଏଜେନ୍ସି (ଆଇସିସି) ଆଖି ବୁଜିବା ଦୁଃଖଦାୟକ।
Follow Us