ମୋତେ ଭେଟିବା ପାଇଁ କୌଣସି ମଧ୍ୟସ୍ଥିର ଆବଶ୍ୟକ ନାହିଁ: ରେଖା ଗୁପ୍ତା

ରେଖା ଗୁପ୍ତା କହିଥିଲେ, ‘ଏଣିକି କୌଣସି ଅଭିଯୋଗ ନେଇ ଆପଣମାନେ ସିଧାସଳଖ ମୋ ପାଖକୁ ଯାଇପାରିବେ। ଏଥିପାଇଁ କୌଣସି ମଧ୍ୟସ୍ଥିର ଆବଶ୍ୟକତା ନାହିଁ। ମୁଁ ଆପଣମାନଙ୍କ ଅସୁବିଧା ଜାଣିଲି। ଖୁବଶୀଘ୍ର ଏହାର ସମଧାନ ପାଇଁ ଚେଷ୍ଟା କରିବି।’

ଅଦ୍ୟତନ ହୋଇଛି
yuury

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବୁଧବାର ହୋମଗାର୍ଡମାନଙ୍କୁ ଏକ ବଡ଼ ଆଶ୍ୱାସନା ଦେଇଛନ୍ତି । ଯାହାକି ଚର୍ଚ୍ଚାରେ ରହିଛି।

ଗୁପ୍ତା ଗତ ପାଞ୍ଚ ମାସ ଧରି ଦରମା ପାଇ ନଥିବା ନେଇ ଦାବି କରି ଆସୁଥିବା ହୋମଗାର୍ଡଙ୍କ ଏକ ଗୋଷ୍ଠୀକୁ ଭେଟିବା ସମୟରେ ଆଶ୍ୱାସନା ଦେଇ ରେଖା ଗୁପ୍ତା କହିଥିଲେ, ‘ଏଣିକି କୌଣସି ଅଭିଯୋଗ ନେଇ ଆପଣମାନେ ସିଧାସଳଖ ମୋ ପାଖକୁ ଯାଇପାରିବେ। ଏଥିପାଇଁ କୌଣସି ମଧ୍ୟସ୍ଥିର ଆବଶ୍ୟକତା ନାହିଁ। ମୁଁ ଆପଣମାନଙ୍କ ଅସୁବିଧା ଜାଣିଲି। ଖୁବଶୀଘ୍ର ଏହାର ସମଧାନ ପାଇଁ ଚେଷ୍ଟା କରିବି।’

ଗୁପ୍ତା 'ଏକ୍ସ'ରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କି, "ଦିଲ୍ଲୀର ପ୍ରତ୍ୟେକ କୋଣରୁ ମୋ ବାସଭବନକୁ ଭେଟିବାକୁ ଆସୁଥିବା ପରିବାର ସଦସ୍ୟମାନଙ୍କୁ ଭେଟି ମୋର ହୃଦୟ ଆନନ୍ଦରେ ପୂର୍ଣ୍ଣ ହୋଇଯାଇଛି। ଦିଲ୍ଲୀବାସୀଙ୍କ ଏହି ନିଃସ୍ୱାର୍ଥପର ପ୍ରେମ, ଆଶୀର୍ବାଦ, ସ୍ନେହ ଏବଂ ସମର୍ଥନ ମୋର ଶକ୍ତି ଏବଂ ପ୍ରେରଣା।

ଲୋକଙ୍କ ସମସ୍ୟାର ସମାଧାନ  ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ପର୍ଯ୍ୟନ୍ତ ମୁଁ ଅଛି ସର୍ବଦା ଆପଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିବଦ୍ଧ ରହିବି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe