ଇସ୍ଲାମାବାଦ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ସହିତ ଶାନ୍ତି ଆଲୋଚନା ସମ୍ଭବପର ନୁହେଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି କହିଛନ୍ତି। ଇସ୍ଲାମାବାଦ ଠାରେ ପାକିସ୍ତାନର ବୈଦେଶିକ ବ୍ୟାପାରର ସିନେଟ୍ ଷ୍ଟାଣ୍ଡିଙ୍ଗ୍ କମିଟିର ବୈଠକ ପରେ ସାମ୍ବାଦିକମାନଙ୍କୁ କୁରେଶି କହିଛନ୍ତି ଯେ ଭାରତ ସହ ଆଲୋଚନା ପ୍ରସଙ୍ଗ ବେଠକରେ ଆଲୋଚନା ହୋଇଥିଲା।
ପାକିସ୍ତାନୀ ସମ୍ବାଦପତ୍ର ‘ଦି ଏକ୍ସ୍ପ୍ରେସ୍ ଟ୍ରିବ୍ୟୁନ୍’ କହିବା ଅନୁସାରେ, ପଡ଼ୋଶୀ ଭାରତ ଏବଂ ଆଫଗାନିସ୍ଥାନର ସମ୍ପର୍କର ସ୍ଥିତି ଛଡ଼ା ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସାଉଦି ଆରବ ଏବଂ ଚୀନ୍ ଗସ୍ତ ସଂକ୍ରାନ୍ତରେ ସରକାର ପାନେଲ୍କୁ ଚୁମ୍ବକେ କହିଥିଲେ।
୨୦୧୯ ଲୋକସଭା ନିର୍ବାଚନ ପରେ ସେ ପୁଣି ଥରେ ଭାରତ ପ୍ରତି ବନ୍ଧୁତାର ହାତ ବଢ଼ାଇବେ ବୋଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପ୍ରାୟ ମାସେ ତଳେ କହିଥିଲେ।
ପଡ଼ୋଶୀମାନଙ୍କ ସହ ସଦ୍ଭାବ ପ୍ରତିଷ୍ଠା କରିବା ସଂକ୍ରାନ୍ତରେ ପାକିସ୍ତାନର ଉଦ୍ୟମ ବିଷୟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଲେ କି, କ୍ଷମତାକୁ ଆସିବା ପରେ ପରେ ସେ ଭାରତ ପ୍ରତି ବନ୍ଧୁତାର ହାତ ବଢ଼ାଇଥିଲେ। କିନ୍ତୁ ନୂଆଦିଲ୍ଲୀ ତାହା ଅଗ୍ରାହ୍ୟ କରିଦେଥିଲେ।
Follow Us