ଅଯୋଧ୍ୟାରେ ରାମ ମନ୍ଦିର ହେବ ନାହିଁ ତ, କ’ଣ ମକ୍କାରେ ହେବ ?

Advertisment
ଅଯୋଧ୍ୟାରେ ରାମ ମନ୍ଦିର ହେବ ନାହିଁ ତ, କ’ଣ ମକ୍କାରେ ହେବ ?

ଅହମଦାବାଦ୍‌ : ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମିତ ହେବା ଉଚିତ। ଯଦି ଅଯୋଧ୍ୟାରେ ରାମ ମନ୍ଦିର ହେବ ନାହିଁ, ତେବେ କେଉଁଠାରେ ତାହା ନିର୍ମିତ ହେବ? ମକ୍କା ମଦିନା କି ଭାଟିକାନ୍‌ ସିଟିରେ ତ ହେବ ନାହିଁ! ସେ ଆହୁରି ମଧ୍ୟ କହିଛନ୍ତି ଯେ ଭଗବାନ ରାମ କେବଳ ହିନ୍ଦୁମାନଙ୍କର ନୁହଁନ୍ତି, ବରଂ ମୁସଲମାନଙ୍କର ମଧ୍ୟ ପୂର୍ବଜ ଥିଲେ। ଯୋଗ ଗୁରୁ କହିଛନ୍ତି ଯେ ଏହା ନିର୍ବିବାଦୀୟ ତଥ୍ୟ ଯେ ଅଯୋଧ୍ୟା ହିଁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମଭୂମି ଅଟେ। ବାବା ରାମଦେବ ଗୁଜୁରାଟର ନଡିୟାଡ୍‌ରେ ତିନି ଦିନିଆ ଯୋଗ ଶିବିରରେ ଯୋଗ ଦେବା ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଯୋଗଗୁରୁ ବାବା ରାମଦେବଙ୍କୁ ଯେତେବେଳେ ସାମ୍ବାଦିକମାନେ ଆଗାମୀ ଲୋକସଭା ନିର୍ବାଚନ ନେଇ ପ୍ରଶ୍ନ କରିଥିଲେ, ସେତେବେଳେ ସେ କହିଥିଲେ ଯେ ବର୍ତ୍ତମାନ ବିଭିନ୍ନ ପ୍ରକାରର ସାମାଜିକ ସମସ୍ୟା ଦେଇ ଦେଶ ଗତି କରୁଛି। ନିଶ୍ଚିତରୂପେ ଦେଶ ଏଥିରୁ ମୁକୁଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe