ନୂଆଦିଲ୍ଲୀ: ତାମିଲ ଅଭିନେତା ତଥା ହାସ୍ୟାଭିନେତା ରୋବୋ ଶଙ୍କରଙ୍କ ଗତ ଗୁରୁବାର ଚେନ୍ନାଇରେ ପରଲୋକ ହୋଇଛି। ମାତ୍ର ୪୬ବର୍ଷ ବୟସରେ ରୋବୋଙ୍କ ହଠାତ ଏପରି ମୃତ୍ୟୁ ଖବରକୁ ଅଭିନେତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।
ହସ୍ପିଟାଲ୍ ବିବୃତ୍ତିରେ କୁହାଯାଇଛି ଯେ, ‘ଶଙ୍କରଙ୍କୁ ସେପ୍ଟେମ୍ବର ୧୬ରେ ସଙ୍କଟାପନ୍ନ ଅବସ୍ଥାରେ ଚେନ୍ନାଇର ପେରୁଙ୍ଗୁଡିର ଜିଇଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ଗୁରୁବାର ସେପ୍ଟେମ୍ବର ୧୮ତାରିଖ ରାତି ୯:୦୫ରେ ତାଙ୍କର ମୃତ୍ୟୁ ହୋଇଥିଲା।।
ଚେନ୍ନାଇର ଏକ ଘରୋଇ ହସ୍ପିଟାଲର ମେଡିକାଲ୍ ବୁଲେଟିନ୍ ସୂଚାଇ ଦେଇଛି ଯେ ଅଭିନେତାଙ୍କ ପାକସ୍ଥଳୀରେ ରକ୍ତସ୍ରାବ ଏବଂ ମଲଟି ଅରଗାନ୍ ଫେଲୁଅର କାରଣରୁ ମୃତ୍ୟୁ ହୋଇଛି । ରୋବୋ ଶଙ୍କର ସେପ୍ଟେମ୍ବର ୧୬ ତାରିଖରେ ଏକ ଫିଲ୍ମ ସେଟରେ କାମ କରୁଥିବା ସମୟରେ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Follow Us