ହିନ୍ଦୀ ଭଳି ତାମିଲକୁ ସରକାରୀ ଭାଷା କରାଯାଉ; ଷ୍ଟଲିନଙ୍କ ଏହି ଦାବି ଶୁଣି ପ୍ରଧାନମନ୍ତ୍ରୀ କ’ଣ କହିଲେ ଜାଣନ୍ତୁ

Advertisment
ହିନ୍ଦୀ ଭଳି ତାମିଲକୁ ସରକାରୀ ଭାଷା କରାଯାଉ; ଷ୍ଟଲିନଙ୍କ ଏହି ଦାବି ଶୁଣି ପ୍ରଧାନମନ୍ତ୍ରୀ କ’ଣ କହିଲେ ଜାଣନ୍ତୁ

republicworld

ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ହିନ୍ଦୀ ଭଳି ତାମିଲକୁ ସରକାରୀ ଭାଷା କରାଯାଉ ବୋଲି ଦାବି କରିଥିଲେ। ଗୁରୁବାର ଭାରତ ସରକାରଙ୍କ କାର୍ଯ୍ୟାଳୟ ଏବଂ ମାଡ୍ରାସ ହାଇକୋର୍ଟରେ ତାମିଲକୁ ହିନ୍ଦୀ ଭଳି ସରକାରୀ ଭାଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ଷ୍ଟଲିନ ନିବେଦନ କରିଥିଲେ । ଷ୍ଟଲିନଙ୍କ ଏହି ଦାବି ଶୁଣି  ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ତାମିଲ ଭାଷା ଅନନ୍ତ ଏବଂ ତାମିଲ ସଂସ୍କୃତି ବିଶ୍ୱବ୍ୟାପୀ। ଚେନ୍ନାଇରେ ଏକ ସରକାରୀ କାର୍ଯ୍ୟକ୍ରମରେ ଦୁହେଁ ଯୋଗ ଦେଇଥିବା ବେଳେ ଏଭଳି ଘଟିଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଷ୍ଟଲିନ କହିଥିଲେ ଯେ ଆମେ ବନ୍ଧୁତ୍ୱର ହାତ ବଢ଼ାଇବୁ, କିନ୍ତୁ ଆମର ଅଧିକାର ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରିବୁ। ଆମର ଭାଷା ତାମିଲ ମଧ୍ୟ ହିନ୍ଦୀ ପରି ସମାନ ଅଧିକାର ପାଇବା ଉଚିତ, ଏକ ସରକାରୀ ଭାଷା ଭାବରେ ତାମିଲକୁ ମାନ୍ୟତା ମିଳିବା ଉଚିତ। ଆମକୁ ହିନ୍ଦୀ କହିବାକୁ ବାଧ୍ୟ ନକରାଯାଉ। ଏହା ସହିତ ତାମିଲନାଡୁକୁ ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରୁ ଅଲଗା କରିବାକୁ ସେ ଦାବି କରିଥିଲେ।

ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ତାମିଲ ଭାଷା ଅନନ୍ତ ଏବଂ ତାମିଲ ସଂସ୍କୃତି ସର୍ବଭାରତୀୟ ଅଟେ। ଚେନ୍ନାଇରୁ କାନାଡା, ମଦୁରାଇରୁ ମାଲେସିଆ, ନାମାକ୍କାଲରୁ ନ୍ୟୁୟର୍କ ଏବଂ ସାଲେମରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ପୋଙ୍ଗଳ ଏବଂ ପୁଥାଣ୍ଡୁ ଭଳି ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଏ। ତାମିଲନାଡୁର ବିକାଶ ଯାତ୍ରାରେ ଆଉ ଏକ ଗୌରବମୟ ମାଇଲଖୁଣ୍ଟ ପାଳନ କରିବାକୁ ଆମେ ଏଠାରେ ଏକାଠି ହୋଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe