ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭାରେ ଅଧିବେଶନ ଚାଲିଥିବା ବେଳେ ରାଗି ଯାଇ ରାଜ୍ୟପାଳ ଉଠି ଚାଲିଯାଇଥିବା ଘଟଣା ସମସ୍ତଙ୍କୁ ଚିକିତ କରି ଦେଇଛି । ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରୁ ବୁଲୁଛି।
ଅଧିକପଢ଼ନ୍ତୁ:ସାଥୀ ଡାକ୍ତରଙ୍କ ଦ୍ବାରା ବଏଜ ହଷ୍ଟେଲରେ ଡାକ୍ତରାଣୀ ଦୁଷ୍କର୍ମର ଶିକାର
ପ୍ରକାଶିତ ରିପୋର୍ଟ ମୁତାବକ,‘ ସମସ୍ତ ରାଜ୍ୟ ସଭାରେ ଅଧିବେଶନ ଆରମ୍ଭ ଏବଂ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥାଏ। ଏହି କ୍ରମରେ ଦେଖିବାକୁ ଗଲେ ତାମିଲନାଡୁ ବିଧାନସଭା ଅଧିବେଶନ ଆରମ୍ଭ ସମୟରେ ବିବାଦ ଦେଖାଦେଇଛି। ତେବେ ଏହା ପ୍ରଥମ ନୁହେଁ ଗତ ଦୁଇ ବର୍ଷ ହେଲା ତାମିଲନାଡୁ ବିଧାନସଭା ଅଧିବେଶନ ବେଳେ ରାଜ୍ୟପାଳଙ୍କ ସମ୍ବୋଧନ ବେଳେ ବିବାଦ ଦେଖିବାକୁ ମିଳୁଛି।
Raj Bhavan Tamil Nadu tweets "The Constitution of Bharat and the National Anthem were once again insulted in the Tamil Nadu Assembly today. Respecting the National Anthem is among the first Fundamental Duty as enshrined in our Constitution. It is sung in all the state… pic.twitter.com/imf8p7gUEx
— ANI (@ANI) January 6, 2025
ବିଧାନସଭା ଅଧିବେଶନ ଆରମ୍ଭ ସମୟରେ ତାମିଲନାଡୁ ସରକାରଙ୍କ ରାଜ୍ୟ ସଙ୍ଗୀତ ‘ତାମିଲ ଥାଇ ଭାଜାଥୁ’ ଗାନ କରାଯାଇଥିଲା। ଏହାପରେ ରାଜ୍ୟପାଳ ଆରଏନ ରବି ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ। ରାଜ୍ୟପାଳଙ୍କ ଏହି ଦାବିକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଗୃହର ବାଚସ୍ପତି ଅଣଦେଖା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ରାଜ୍ୟପାଳ ଆରଏନ ରବି ରାଗି ଯାଇ ଅଧିବେଶନକୁ ସମ୍ବୋଧିତ କରି ନଥିଲେ। ଏଥିସହିତ ସେ କାହାକୁ କିଛି ନଜଣାଇ ଅଧିବେଶନକୁ ଛାଡ଼ି ନିଜ କକ୍ଷରୁ ବାିହାରି ଆସିଥିଲେ।
ଅଧିକପଢ଼ନ୍ତୁ:ଭାରତର ପଡ଼ୋଶୀ ଦେଶରେ ବିଭାଜନ ଆଶଙ୍କା!: ଆରାକାନ୍ ସେନା ବଦଳାଇବ ଏସିଆର ମାନଚିତ୍ର