ରାଜ୍ୟ ବଜେଟ୍‌ରେ ଟଙ୍କାଚିହ୍ନ ବଦଳାଇଲା ତାମିଲନାଡ଼ୁ

Advertisment

ନୂଆ ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷୀ ବ୍ୟବସ୍ଥା ମାଧ୍ୟମରେ ହିନ୍ଦୀ ଭାଷା ଲଦିବାକୁ ମସୁଧା କରାଯାଉଥିବା ଅଭିଯୋଗ କରି ତାମିଲନାଡ଼ୁର ଡିଏମ୍‌କେ ସରକାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସହ ଲଢ଼େଇ କରୁଥିବା...

ନୂଆ ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷୀ ବ୍ୟବସ୍ଥା ମାଧ୍ୟମରେ ହିନ୍ଦୀ ଭାଷା ଲଦିବାକୁ ମସୁଧା କରାଯାଉଥିବା ଅଭିଯୋଗ କରି ତାମିଲନାଡ଼ୁର ଡିଏମ୍‌କେ ସରକାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସହ ଲଢ଼େଇ କରୁଥିବା...

sscscs

Photograph: ( Pune Mirror)

ଚେନ୍ନାଇ: ନୂଆ ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷୀ ବ୍ୟବସ୍ଥା ମାଧ୍ୟମରେ ହିନ୍ଦୀ ଭାଷା ଲଦିବାକୁ ମସୁଧା କରାଯାଉଥିବା ଅଭିଯୋଗ କରି ତାମିଲନାଡ଼ୁର ଡିଏମ୍‌କେ ସରକାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସହ ଲଢ଼େଇ କରୁଥିବା ବେଳେ ରାଜ୍ୟରେ ଟଙ୍କା ଚିହ୍ନ ବଦଳାଇବାକୁ ନିଷ୍ପତ୍ତି ନେଇଛି। ସମ୍ପ୍ରତି ରାଜ୍ୟ ବଜେଟ୍‌ରେ ଟଙ୍କା ଚିହ୍ନ ବଦଳରେ ତାମିଲରେ ଏକ ଅକ୍ଷର (ଋ) ବ୍ୟବହାର କରାଯାଇଛି। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଏକ୍ସରେ ନୂଆ ଲୋଗୋ ପ୍ରଦର୍ଶନ କରିଛନ୍ତି। ଏହି ପରିବର୍ତ୍ତନ ନେଇ ତାମିଲନାଡ଼ୁ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେବେ ଡିଏମ୍‌କେ ନେତା ସରବଣନ ଆନ୍ନାଦୁରାଇ ଏକ ଗଣମାଧ୍ୟମକୁ କହିଛନ୍ତି, ଏଥିରେ କିଛି ବେଆଇନ ନାହିଁ। ଏହା କୌଣସି ‘ମୁକାବିଲା’ ନୁହେଁ। ଆମେ ତାମିଲକୁ ପ୍ରାଥମିକତା ଦେଉଛୁ। ସେଥିପାଇଁ ସରକାର ଏହି ପରିବର୍ତ୍ତନ କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ମୁଖପାତ୍ର ନାରାୟଣ ତିରୁପତି କହିଛନ୍ତି ଯେ ଏହି ପଦକ୍ଷେପ ଡିଏମ୍‌କେକୁ ‘ଭାରତଠାରୁ ଭିନ୍ନ’ ବୋଲି ପ୍ରତିପାଦିତ କରୁଛି ଏବଂ ବିଫଳତାରୁ ଧ୍ୟାନ ହଟାଇବାକୁ ସେମାନେ ଚେଷ୍ଟା କରୁଛନ୍ତି। ତ୍ରିଭାଷୀ ଫର୍ମୁଲାକୁ ସମର୍ଥନ ଜଣାଇବା ପାଇଁ ରାଜ୍ୟରେ ଘର ଘର ବୁଲି ପ୍ରଚାର ଚଳାଇଥିବା ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ ମୁଖ୍ୟମନ୍ତ୍ରୀଙ୍କ ‘ମୂର୍ଖତା’କୁ ସମାଲୋଚନା କରିଛନ୍ତି। ଏକ୍ସ ପୋଷ୍ଟରେ ଆନ୍ନାମଲାଇ ଦର୍ଶାଇଛନ୍ତି ଯେ ‘ଋ’ ପ୍ରତୀକ (ଜୁଲାଇ ୨୦୧୦ରେ ଦେଶ ଦ୍ୱାରା ଗ୍ରହଣ କରାଯାଇଥିବା) ଜଣେ ପୂର୍ବତନ ଡିଏମ୍‌କେ ବିଧାୟକଙ୍କ ପୁଅ ଡିଜାଇନ୍ କରିଥିଲେ। ‘ତୁମେ କେତେ ମୂର୍ଖ ହୋଇପାରିବ?’

ତାମିଲନାଡୁ ବିଜେପିର ଅନ୍ୟ ଜଣେ ବରିଷ୍ଠ ନେତା ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ମଧ୍ୟ ଡିଏମ୍‌କେକୁ ଟାର୍ଗେଟ କରି କହିଛନ୍ତି ଯେ ଏହି ପରିବର୍ତ୍ତନ ସମ୍ବିଧାନ ବିରୋଧୀ ଏବଂ ଡିଏମ୍‌କେ ଜାତୀୟ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛି। ସେମାନେ ଲୋଗୋ ପରିବର୍ତ୍ତନ କରିବା ପରିବର୍ତ୍ତେ ମୌଳିକ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ। ତାମିଲ ବିକଳ୍ପରେ ନାମ ପରିବର୍ତ୍ତନ କରିବାକୁ ସେ ଷ୍ଟାଲିନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆସନ୍ତା ବର୍ଷ ପ୍ରାରମ୍ଭରେ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଏହି ଚିହ୍ନ ପରିବର୍ତ୍ତନ ହୋଇଛି। ଏହି ନିର୍ବାଚନରେ ଡିଏମ୍‌କେ ଓ ଏଆଇଏଡିଏମ୍‌କେ ମଧ୍ୟରେ ତୀବ୍ର ଲଢ଼େଇ ହେବ, ଯେଉଁଥିରେ ତାମିଲନାଡୁରେ କେବେ ବି ରାଜନୈତିକ ସଫଳତା ପାଇ ନଥିବା ବିଜେପି ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ରହିଛି। ତାମିଲକୁ ପ୍ରୋତ୍ସାହିତ କରିବା ପାଇଁ ଡିଏମ୍‌କେ କିଛି କରିନାହିଁ ବୋଲି ବିଜେପି ଅଭିଯୋଗ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe