ସମ୍ଭାବିତ ବାତ୍ୟା ‘ନିଭାର’ ପାଇଁ ଦିନିକିଆ ସରକାରୀ ଛୁଟି ଘୋଷଣା କଲେ ସରକାର

ସମ୍ଭାବିତ ବାତ୍ୟା ‘ନିଭାର’ ପାଇଁ ଦିନିକିଆ ସରକାରୀ ଛୁଟି ଘୋଷଣା କଲେ ସରକାର

ଚେନ୍ନାଇ: ସମ୍ଭାବିତ ବାତ୍ୟା ‘ନିଭାର’ ପାଇଁ ଦିନିକିଆ ସରକାରୀ ଛୁଟି ଘୋଷଣା କଲେ ତାମିଲନାଡୁ ସରକାର | ବାତ୍ୟା ‘ନିଭାର’ ପାଇଁ ସତର୍କତା ପଦକ୍ଷେପମୂଳକ ସ୍ୱରୂପ ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି | ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀ ଆସନ୍ତାକାଲି(ବୁଧବାର) ରାଜ୍ୟବ୍ୟାପୀ ଛୁଟି ଘୋଷଣା କରିଛନ୍ତି | ଆସନ୍ତାକାଲି ସନ୍ଧ୍ୟା ସମୟରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ମଝିରେ ସମ୍ଭାବିତ ବାତ୍ୟା ‘ନିଭାର’ ଅତିକ୍ରମ କରିବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ଏହି ଛୁଟି ଘୋଷଣା କରିଛନ୍ତି |


ଅନ୍ୟପଟେ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ପୁଡୁଚେରୀରେ ନଭେମ୍ବର ୨୬ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି। ଆଜି ରାତି ୯ଟାରୁ ନଭେମ୍ବର ୨୬ର ସକାଳ ୬ଟା ପର୍ଯ୍ୟନ୍ତ ପୁଡୁଚେରୀରେ ୧୪୪ଧାରା ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ଏହି ସମୟରେ ସମସ୍ତ ଦୋକାନ ଏବଂ ପ୍ରତିଷ୍ଠାନ ବନ୍ଦ ରହିବା ସହ କେବଳ କ୍ଷୀର ଦୋକାନ, ପେଟ୍ରୋଲ୍ ପମ୍ପ ଏବଂ ଔଷଧ ଦୋକାନଗୁଡିକ ଖୋଲିବା ପାଇଁ ଅନୁମତି ଦିଆଯାଇଛି |

publive-image

୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe