Image Courtesy of Zee News
ଚେନ୍ନାଇ: ତାମିଲନାଡୁର ତୁତିକୋରିନ ଥାନା ହାଜତ ମୃତ୍ୟୁ ଘଟଣାରେ ବୁଧବାର ଦିନ ସିବି-ସିଆଇଡି ଆଉ ତିନିଜଣ ପୁଲିସ ଅଧିକାରୀଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ସବ୍-ଇନ୍ସ୍ପେକ୍ଟର୍ ବାଳକୃଷ୍ଣନ୍ ଏବଂ କନେଷ୍ଟବଳ ମୁତୁରାଜ ଏବଂ ମୁରୁଗାନ। ଏମାନଙ୍କୁ ମିଶାଇ ଏହି ହାଜତ ମୃତ୍ୟୁ ଘଟଣାରେ ଏ ପର୍ଯ୍ୟନ୍ତ ସମୁଦାୟ ଚାରି ଜଣ ପୁଲିସ ଅଧିକାରୀଙ୍କୁ ଗିରଫ କରାଯାଇସାରିଲାଣି। ଏହି ପୁଲିସ ଅଧିକାରୀମାନଙ୍କ ବିରୋଧରେ ନରହତ୍ୟା ଅଭିଯୋଗ ହୋଇଛି।
ନିଲମ୍ବିତ ହୋଇଥିବା ସବ୍-ଇନ୍ସ୍ପେକ୍ଟର ରଗୁ ଗଣେଶ ହେଉଛନ୍ତି ଏହି ମାମଲାରେ ପ୍ରଥମେ ଗିରଫ ହୋଇଥିବା ପୁଲିସ ଅଧିକାରୀ।
ହାଜତ ମଧ୍ୟରେ ବାପପୁଅ ଯଥାକ୍ରମେ ପି ଜୟରାଜ ଏବଂ ଜେ ଫିନିକ୍ସ୍ଙ୍କୁ ଅତି ନିର୍ଦ୍ଦୟ ଭାବରେ ପିଟା ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ଦାୟିତ୍ବ ସିବି-ସିଆଇଡି ହାତରେ ନ୍ୟସ୍ତ କରାଯାଇଥିଲା। ଜୁନ୍ ୧୯ ତାରିଖ ଦିନ ନିର୍ଦ୍ଧାରିତ ସମୟରେ ସେମାନେ ତାଙ୍କ ମୋବାଇଲ୍ ଦୋକାନ ବନ୍ଦ କରି ନ ଥିବା କାରଣରୁ ଗିରଫ ହୋଇଥିଲେ। ଏହି ମାମଲାରେ ସାନ୍ତାକୁଲମ୍ ଥାନାର ଛଅଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରାଯାଇଛି।
Image Courtesy of India Todayଜୁନ୍ ୩୦ ତାରିଖ ଦିନ ମାଡ୍ରାସ୍ ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବି-ସିଆଡିଙ୍କୁ ଦେଇଥିଲେ। ତିରୁନେଲଭେଲି ଡିଏସ୍ପି ଅନୀଲ କୁମାରଙ୍କ ନେତୃତ୍ବରେ ସିବି-ସିଆଇଡି ଅଧିକାରୀମାନେ ବାପ-ପୁଅ ମୃତ୍ୟୁ ଘଟଣାର ତଦନ୍ତ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ କି, ତାମିଲନାଡୁ ରାଜ୍ୟ ସରକାର ଏହି ମାମଲା ସିବିଆଇକୁ ସ୍ଥାନାନ୍ତର କରିଥିଲେ ବି ହାଇକୋର୍ଟ ଏହାକୁ ସିବି-ସିଆଇଡି ଦ୍ବାରା ତଦନ୍ତ କରାଇଛନ୍ତି।
Follow Us