ଭାରତୀୟ ଆୟୁର୍ବେଦ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

ଭାରତୀୟ ଆୟୁର୍ବେଦ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

ଚେନ୍ନାଇ: ସଂପ୍ରତି ଚୀନ୍‌ରେ ଦେଖା ଦେଇଥିବା କରୋନା ଭାଇରସ୍‌କୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ପାଇଁ ଔଷଧ ଆବିଷ୍କାର କରିଥିବା ତାମିଲନାଡ଼ୁର ଜଣେ ଆୟୁର୍ବେଦ ଡାକ୍ତର ଦାବି କରିଛନ୍ତି।

ଚେନ୍ନାଇର ରଥନା ସିଦ୍ଧ ହସ୍ପିଟାଲରେ ବିଗତ ୨୫ ବର୍ଷ ଧରି ଜଣେ ଆୟୁର୍ବେଦ ଡାକ୍ତର ଭାବେ ନିଯୁକ୍ତ ଥିବା ଡାକ୍ତର ଥାନିକାସାଲାମ ଭେନି ଏହି ଦାବି କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ଡାକ୍ତର ଭେନି କହିଛନ୍ତି ଯେ ବିଭିନ୍ନ ଔଷଧୀୟ ବୃକ୍ଷର ରସ ଓ ଜଡ଼ିବୁଟିକୁ ଏକତ୍ର କରି ଏହି ଔଷଧକୁ ପ୍ରସ୍ତୁତ କରାଯାଇଛି। କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ଆରୋଗ୍ୟ ନିମନ୍ତେ ଏଯାବତ୍‌ କୌଣସି ଔଷଧ ବାହାରି ନ ଥିବା ବେଳେ ଏ କ୍ଷେତ୍ରରେ ଏହା ପ୍ରଥମ ଆବିଷ୍କାର।  ଏହି ଔଷଧ ସେବନ ଦ୍ୱାରା କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରା ଯାଇ ପାରୁଥିବା ସେ ଦାବୀ କରିଛନ୍ତି। ଡାକ୍ତର ଭେନି ତାଙ୍କ ଟିମ୍‌ରେ ଥିବା ୪୦ ଜଣ ଡାକ୍ତରଙ୍କୁ ଧରି ୨୪ ଘଣ୍ଟା ପରିଶ୍ରମ କରି ଏହି ଔଷଧକୁ ପ୍ରସ୍ତୁତ କରିଥିବା କହିଛନ୍ତି। କରୋନା ଆକ୍ରାନ୍ତଙ୍କ ସଫଳ ଚିକିତ୍ସା ନିମନ୍ତେ ଏହି ଔଷଧର ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ୍‌ ସରକାର ତାଙ୍କ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

publive-image ET Health World

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚୀନ୍‌ରେ ୧୦୬ ଜଣ ମୃତ୍ୟୁ ବରଣ କରିବା ସହ ବିଭିନ୍ନ ଏସୀୟ ରାଷ୍ଟ୍ରକୁ ଏହି ରୋଗ ବ୍ୟାପିବା ପରେ ଏହାକୁ ନେଇ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe