ଅକ୍ଟୋବର ୩୧ ଯାଏଁ ଲକ୍‌ଡାଉନ ରହିବ ତାମିଲନାଡୁ, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଲେ ସରକାର

Advertisment
ଅକ୍ଟୋବର ୩୧ ଯାଏଁ ଲକ୍‌ଡାଉନ ରହିବ ତାମିଲନାଡୁ, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଲେ ସରକାର

Photo: NDTV

ଚେନ୍ନାଇ: ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ତାମିଲନାଡୁ ସରକାର ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଅବଧି ଅକ୍ଟୋବର ୩୧ ଯାଏଁ ବୃଦ୍ଧି କରିଛନ୍ତି। ଦେଶରେ ଅନ୍‌ଲକ ୪.୦ ଦିନକ ପରେ ଶେଷ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏଡାପ୍ପାଡି କେ. ପଲାନିସ୍ୱାମୀ ଲକ୍‌ଡାଉନ୍‌ ନେଇ ଏହି ବଡ଼ ଘୋଷଣା କରିଛନ୍ତି।

ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଏକ ଭିଡିଓ ବାର୍ତ୍ତା ଜରିଆରେ ବୈଠକ କରିଥିଲେ। ବୈଠକରେ ସେ କରୋନା ଭାଇରସ ମହାମାରୀ ଲାଗି ଦେଖାଯାଇଥିବା ପରିସ୍ଥିତିର ସମୀକ୍ଷା କରିଥିଲେ। ଏକ ପ୍ରେସ୍‌ ବିବୃତିରେ ସେ କହିଛନ୍ତି, କଣ୍ଟେନମେଣ୍ଟ ଜୋନ୍‌ରେ କରୋନା କଟକଣା ଜାରି ରହିବ। ସେହିପରି ୧୪୪ ଧାରା ବଳବତ୍ତର ରହିବ।

ଲକଡାଉନ୍‌ ସମୟରେ ତାମିଲନାଡୁର ଧାର୍ମିକ, ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନ, ମନୋରଂଜନ କେନ୍ଦ୍ର, ସଂଗ୍ରହାଳୟ ଏବଂ ସମାବେଶ ବନ୍ଦ ରହିବ। ସେହିପରି ଉପାନ୍ତ ସହରକୁ ଯୋଡୁଥିବା ଟ୍ରେନ ସେବା ସ୍ଥଗିତ ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚେନ୍ନାଇ ବିମାନବନ୍ଦରରେ ଘରୋଇ ବିମାନ ସଂଖ୍ୟା ଦୁଇଗୁଣ ବୃଦ୍ଧି ହୋଇ ଶହେରେ ପହଂଚିବ।

ତାମିଲନାଡୁ ସରକାର କହିଛନ୍ତି, ସିନେମା ସୁଟିଂ ଜାରି ରହିବ। କିନ୍ତୁ ଏକକାଳୀନ ଗୋଟିଏ ଛାତ ତଳେ ୧୦୦ ଜଣ ଏକତ୍ର ହେବା ଅନୁମତି ମିଳିବ ନାହିଁ। ଚା’ ଦୋକାନ ଓ ରେଷ୍ଟୁରାଣ୍ଟଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ରାତି ୧୦ଟା ଯାଏଁ ସେବା ନେବାକୁ ଅନୁମତି ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe