indiatoday.in
ଚେନ୍ନାଇ: ଡାକ୍ତରୀ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ତାମିଲନାଡୁ ସରକାର ଜୁନ୍ ୨୮ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ବଢ଼ାଇଛନ୍ତି | ତେବେ ଲକଡାଉନର ଅବଧି ବାଢ଼ିଥିଲେ ମଧ୍ୟ ସଂକ୍ରମଣ କମ ଥିବା ଜିଲ୍ଲାରେ ଲକଡାଉନ କଟକଣା କୋହଳ କରାଯାଇଛି | କମ ସଂକ୍ରମଣ ଥିବା ସ୍ଥାନରେ ଜରୁରୀ ସେବା ସହିତ ଅନ୍ୟ ଦୋକାନକୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ବିଭିନ୍ନ ପ୍ରକାର କାର୍ଯ୍ୟକୁ ଅନୁମତି ମିଳିଛି |
ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ହେବାକୁ ଲାଗିଥିବା ବେଳେ ବିଭିନ୍ନ ରାଜ୍ୟରେ ଲାଗିଥିବା କଟକଣାକୁ କୋହଳ କରାଯାଉଛି | ଆଜି ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୮,୪୧୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧,୫୭୬ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୯୮,୮୧,୯୬୫ ଓ ମୃତ୍ୟୁସଂଖ୍ୟା ୩,୮୬,୭୧୩ରେ ପହଞ୍ଚିଛି।
Business Lineସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୮୭,୬୧୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୮୭,୬୬,୦୦୯ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭,୨୯,୨୪୩। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୭,୬୬,୯୩,୫୭୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୧୯ ତାରିଖ ସୁଦ୍ଧା ସମୁଦାୟ ୩୯,୧୦,୧୯,୦୮୩ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୮,୧୧,୪୪୬ଟି ନମୁନା।
Follow Us