ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଆଦିବାସୀ ବାଳକକୁ ଚପଲ ଖୋଲିବାକୁ କହି ବିବାଦରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Advertisment
ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଆଦିବାସୀ ବାଳକକୁ ଚପଲ ଖୋଲିବାକୁ କହି ବିବାଦରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

oneindia.com

ନୂଆଦିଲ୍ଲୀ: ନିଜ କାମ ପାଇଁ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ତାମିଲନାଡୁର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଡିଣ୍ଡିଗୁଲ ସି ଶ୍ରୀନିବାସନ। ତାଙ୍କର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବା‌ରେ ଲାଗିଛି, ଯେଉଁଥିରେ ସେ ଜଣେ ଆଦିବାସୀ ବାଳକଙ୍କୁ ତାଙ୍କର ଚପଲ ଖୋଲିବାକୁ କହୁଥିବା ଦେଖାଯାଇଛି। ମୁଦୁମଲାଇରେ ଥିବା ଏକ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ସେ ବାଳକକୁ ତାଙ୍କ ଚପଲ କାଢ଼ିବା ପାଇଁ କହିଥିଲେ। କିନ୍ତୁ ଏହାର ଭିଡିଓ ଭାଇରାଲ ହେବା ସହ ତାଙ୍କର ଏଭଳି କାମ ସମସ୍ତଙ୍କ ସାମ୍ନାକୁ ଆସିଯିବ ବୋଲି ତାଙ୍କୁ ଜଣା ନଥିଲା, ।

ଦେଶର ସମ୍ବିଧାନରେ ସବୁ ବର୍ଗର ଲୋକମାନଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା କଥା କୁହାଯାଇଥିବା ବେଳେ ଜଣେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କର ଏଭଳି କାମକୁ ନେଇ ବିବାଦ ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଡିଣ୍ଡିଗୁଲ ସି ଶ୍ରୀନିବାସନ ଗୁରୁବାର ଥେପ୍ପାକାଡୁରେ ଥିବା ହାତୀ ଶିବିରର ଉଦଘାଟନ କରିବା ପାଇଁ ପହଞ୍ଚିଥିଲେ। ଉଦଘାଟନ ପରେ ସେ ମୁଦୁମଲାଇରେ ଥିବା ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ଆଗରେ ଠିଆ ହୋଇଥିବା ଜଣେ ବାଳକକୁ ଇଶାରା ଦେଇ ଡ଼ାକିବା ସହ ପିନ୍ଧିଥିବା ଚପଲ ଖୋଲିବାକୁ କହିଥିଲେ ଶ୍ରୀନିବାସନ। ବାଳକଜଣଙ୍କ ଆସି ଚପଲ ଖୋଲିବା ପରେ ମନ୍ତ୍ରୀ ଭିତରକୁ ଯାଇଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଇଛି। ଡିଣ୍ଡିଗୁଲ ସି ଶ୍ରୀନିବାସନଙ୍କ ଏଭଳି କାମ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ସମାଲୋଚନା କରିବାରେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe