Image Courtesy of Zee News
ନୂଆଦିଲ୍ଲୀ: ‘ସେଣ୍ଟ୍ରାଲାଇଜ୍ଡ୍ ମେଡିକାଲ୍ ଏଣ୍ଟ୍ରାନ୍ସ୍ ଟେଷ୍ଟ୍- ନିଟ୍ ୨୦୨୧’ରୁ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ବାଦ ଦେବା ପାଇଁ ଆଜି ତାମିଲନାଡୁ ସରକାର ଏକ ଚିଠା ବା ବିଲ୍ ଆଗତ କରିଛନ୍ତି। ‘ଏଆଇଡିଏମ୍କେ’ ଗୃହ ତ୍ୟାଗ କରି ଚାଲିଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏହି ବିଲ୍କୁ ବିଧାନସଭାରେ ଆଗତ କରିଛନ୍ତି।
‘ନ୍ୟାସ୍ନାଲ୍ ଏଣ୍ଟ୍ରାନ୍ସ୍-କମ୍-ଇଲିଜିବିଲିଟି ଟେଷ୍ଟ୍’ ଫଳାଫଳକୁ ଭୟ କରି ଡାକ୍ତରୀ ପଢ଼ିବାକୁ ଆଶାୟୀ ଜଣେ ଛାତ୍ର ଆତ୍ମହତ୍ୟା କରିଥିବାରୁ ସେ ଏ ପ୍ରସଙ୍ଗ ତାମିଲନାଡୁ ବିଧାନସଭାରେ ଆଗତ କରିଥିଲେ।
ମୁଖ୍ୟ ବିରୋଧୀ ଦଳ ‘ଏଆଇଏଡିଏମ୍କେ’ର ଦୃଢ଼ ବିରୋଧ ସତ୍ତ୍ବେ ଷ୍ଟାଲିନ୍ ଏହି ବିଲ୍ ଉପସ୍ଥାପନ କରିଛନ୍ତି। ସାମାଜିକ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବା ଦୃଷ୍ଟିରୁ ‘ନିଟ୍’କୁ ବାଦ ଦେଇ ଦ୍ବାଦଶ ଶ୍ରେଣୀ ନମ୍ବର ଆଧାରରେ ଡାକ୍ତରୀ ପାଠ୍ୟକ୍ରମରେ ଆଡ୍ମିସନ୍ ଦେବା ପାଇଁ ସେ ଉକ୍ତ ଚିଠାରେ ଉଲ୍ଲେଖ ଅଛି।
Image Courtesy of News9Liveଆଜି ଗୃହ ଚାଲିବା କ୍ଷଣି ବିରୋଧୀ ଦଳର ନେତା କେ ପଲାନୀସ୍ବାମୀ ରବିବାର ଦିନ ତାଙ୍କ ଜନ୍ମସ୍ଥାନ ସାଲେମ୍ରେ ୧୯ ବର୍ଷିୟ ଧନୁଷ ଆତ୍ମହତ୍ୟା କରିଥିବା ପ୍ରସଙ୍ଗ ଉଠାଇ ଏଥିପାଇଁ ସରକାରଙ୍କୁ ଦାୟୀ କରିଥିଲେ।
ସେ କହିଲେ ଯେ, ‘ନିଟ୍’ ରଦ୍ଦ କରିବା ଲାଗି ‘ଡିଏମ୍କେ’ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କରି ନାହିଁ। ଏହାଛଡ଼ା ଅନେକ ଛାତ୍ରଛାତ୍ରୀ ମଧ୍ୟ ଉତ୍ତମ ରୂପେ ପ୍ରସ୍ତୁତି କରି ନାହାନ୍ତି। ଏଥିସହ କଳା ବ୍ୟାଜ୍ ପିନ୍ଧି ଗୃହକୁ ଆସିଥିବା ବିରୋଧୀ ଦଳର ବିଧାୟକମାନେ ପଲାନୀସ୍ବାମୀଙ୍କ ନେତୃତ୍ବରେ ଗୃହତ୍ୟାଗ କରିଥିଲେ।
Follow Us