ଆତ୍ମରକ୍ଷା ପାଇଁ ସ୍ବାମୀଙ୍କୁ ହତ୍ୟା କରିଥିବା କଥା ହୃଦ୍‌ବୋଧ ହେବାରୁ ମହିଳାଙ୍କୁ ଛାଡ଼ି ଦେଲା ତାମିଲନାଡୁ ପୁଲିସ

Advertisment
ଆତ୍ମରକ୍ଷା ପାଇଁ ସ୍ବାମୀଙ୍କୁ ହତ୍ୟା କରିଥିବା କଥା ହୃଦ୍‌ବୋଧ ହେବାରୁ ମହିଳାଙ୍କୁ ଛାଡ଼ି ଦେଲା ତାମିଲନାଡୁ ପୁଲିସ

Image Courtesy of News 18

ଚେନ୍ନାଇ: ଆତ୍ମରକ୍ଷା ନିମନ୍ତେ ସ୍ବାମୀଙ୍କୁ ହତ୍ୟା କରିଥିବା ଜଣେ ୪୧ ବର୍ଷୀୟ ମହିଳାଙ୍କୁ ତାମିଲନାଡୁ ପୁଲିସ ‘ଭାରତୀୟ ପିଙ୍ଗଳ କୋଡ୍‌’ର ସେକ୍ସନ୍‌ ୧୦୦ ନିୟମ ଅନୁସାରେ ଛାଡ଼ି ଦେଇଛି। ନିଜ ଶରୀର ପ୍ରତି ଥିବା ଆସନ୍ନ ବିପଦକୁ ପ୍ରତିରୋଧ କରିବା ପାଇଁ ‘ଆଇପିସି’ର ଏହି ଧାରା ଜନସାଧାରଣଙ୍କୁ ଅଧିକାର ଦେଇଛି।

ପ୍ରାପ୍ତ ସୂଚନା ଅନୁସାରେ, ତାଙ୍କର ୨୦ ବର୍ଷୀୟ ଝିଅ ସହ ମହିଳାଜଣକ ସ୍ବାମୀଙ୍କ ସହ ବସବାସ କରୁଥିବା ବେଳେ ଘଟଣାଟି ଘଟିଥିଲା। କୁହାଯାଉଛି ମହିଳାଙ୍କ ସ୍ବାମୀ ଜଣେ ମଦ୍ୟପ ଏବଂ ମଦ କିଣିବାକୁ ଟଙ୍କା ମାଗି ସବୁବେଳେ ତାଙ୍କୁ ମାରଧର କରୁଥିଲେ।

ଗୁରୁବାର ରାତିରେ ମାତାଲ ଅବସ୍ଥାରେ ସ୍ବାମୀ ଘରକୁ ଫେରି ନିଜ ୨୦ ବର୍ଷୀୟ ଝିଅକୁ ଯୌନ ଉତ୍ପୀଡ଼ନ ଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ତ୍ରୀ ଯାଇ ତାଙ୍କୁ ବାଧା ଦେବାକୁ ଉଦ୍ୟମ କରିବାରୁ ସେ ତାଙ୍କୁ ଆକ୍ରମଣ କରିଥିଲା।

publive-image Image Courtesy of India Today

ଝିଅକୁ ରକ୍ଷା କରିବା ସହ ଆତ୍ମରକ୍ଷା ନିମନ୍ତେ ଗୋଟାଏ ହାତୁଡ଼ିରେ ମହିଳାଜଣକ ସ୍ବାମୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହାପରେ ସେ ପଡ଼ୋଶୀମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ହିଁ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା। ଜେରା ପାଇଁ ମହିଳା ଓ ତାଙ୍କ ଝିଅଙ୍କୁ ହାଜତକୁ ନିଆଯାଇଥିଲା। କିନ୍ତୁ, ଆତ୍ମରକ୍ଷା ପାଇଁ ହତ୍ୟା କରାଯାଇଥିବା ହୃଦୟଙ୍ଗମ କରି ପୁଲିସ ସେମାନଙ୍କୁ ଛାଡ଼ି ଦେଇଥି‌ଲା।

ଏହି ମାମଲାରେ ପ୍ରଥମେ ଧାରା ୩୦୨ ଅନୁସାରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଥିଲା। କିନ୍ତୁ, ପୁଲିସ ଉକ୍ତ ମହିଳାଙ୍କୁ ଛାଡ଼ି ଦେବାରୁ ‘ଏଫ୍‌ଆଇଆର୍‌’କୁ ପରିବର୍ତ୍ତନ କରି ଧାରା ୧୦୦ ଅନୁଯାଇ ଫାଇଲ୍‌ କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ମହିଳାଙ୍କୁ ଆଉ ଗିରଫ କରାଯିବ ନାହିଁ, କିନ୍ତୁ ଏ ମାମଲାର ବିଶଦ୍‌ ବିବରଣୀ ଅଦାଲତରେ ଦାଖଲ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe